ଶ୍ରୀ ଶ୍ରୀ ରୁକୁଣେଶ୍ବରନାଥ ମହାଦେବଙ୍କ ମନ୍ଦିର ର ଭୂମିପୂଜନ ଉତ୍ସବ ଅନୁଷ୍ଠିତ।
: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ରୁକୁଣାଦେଇପୁର ଗ୍ରାମସ୍ଥିତ ଶ୍ରୀ ଶ୍ରୀ ରୁକୁଣେଶ୍ବରନାଥ ମହାଦେବଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଉତ୍ସବ ଏବଂ ଅଷ୍ଟମ ପ୍ରହରୀ ଅନୁଷ୍ଠିତ ହୋଇଯାଇଛି। ଚାରିଟେବୁଲ ଟ୍ରଷ୍ଟ ର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ବାରା ଉକ୍ତ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଉକ୍ତ ଭୂମିପୂଜନ ଉତ୍ସବ ରେ ଫେବୃଆରୀ ୧୭ ତାରିଖ ଦିନ ଶତାଧିକ ଶ୍ରଦ୍ଧାଳୁ ମାନଙ୍କ ଦ୍ବାରା କଳସ ଶୋଭାଯାତ୍ରା ସହିତ ବିଭିନ୍ନ ଉପଚାର ପୂଜାମାନ ହେବା ସହିତ ଯଜ୍ଞ ଆରମ୍ଭ କରାଯାଇଥିଲା। ଦ୍ବିତୀୟ ଦିବସରେ ପୂର୍ଣ୍ଣାହୁତି ସହିତ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ହୋଇଯାଇଛି। ଉକ୍ତ ଉତ୍ସବ ରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁମାନେ ଆସି ଶ୍ରୀ ଶ୍ରୀ ରୁକୁଣେଶ୍ବରନାଥ ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ବାବାଙ୍କ ର ମହିମା ଅପାର , ଯେଉଁ ଭକ୍ତ ଶ୍ରଦ୍ଧା ଓ ଭକ୍ତିରେ ମହାଦେବ ଙ୍କ ଶରଣକୁଳ ଆସିଥାଏ ତାହାର ମନକାମନା ପୂରଣ ହୋଇଥାଏ ଏବଂ ଏହି ଗ୍ରାମ ରେ ଦୀର୍ଘ ୨୧ ବର୍ଷ ଧରି ଶ୍ରୀ ଶ୍ରୀ ରୁକୁଣେଶ୍ବରନାଥ ମହାଦେବ ପୂଜା ପାଇ ଆସୁଛନ୍ତି ବୋଲି ଶ୍ରଦ୍ଧାଳୁମାନେ ସୂଚନା ଦେଇଛନ୍ତି। ଗ୍ରାମବାସୀ ମାନଙ୍କ ସହଯୋଗ ରେ ସୂଚାରୁରୂପେ ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।
WATCH FULL VIDEO 👇👇👇