ସ୍ଲୋଗ : ପୋଖରୀରେ ପଡି ଦୁଇ ନାବାଳକ ମୃତ।
ଆଙ୍କର : ଆଜି ରବିବାର ବିଦ୍ୟାଳୟ ଛୁଟି ହୋଇଥିବା କାରଣରୁ ସାଙ୍ଗ ହୋଇ ସାଥି ମାନଙ୍କ ସହିତ ଖେଳିବାକୁ ଯାଇଥିଲେ। ଖେଳ ସରିବା ପରେ ସାଙ୍ଗମାନଙ୍କ ସହିତ ବିଲ ମଝିରେ ଥିବା ଏକ ପୋଖରୀକୁ ଗାଧୋଇବାପାଇଁ ଯାଇ ଆଉ ଫେରିନଥିଲେ। ପ୍ରଥମେ ଜଣେ ପୋଖରୀରେ ବୁଡିଯାଇଥିବା ଦେଖି ତାକୁ ଉଦ୍ଧାର କରିବା କୁ ଯାଇ ଅନ୍ୟ ଜଣେ ମଧ୍ୟ ବୁଡିଯାଇଥିଲା। ଦୁଇଜଣଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଜଣେ ଚେଷ୍ଟା କରି ବିଫଳ ହୋଇ ଗାଁ ରେ ଯାଇ ଜଣାଇଥିଲେ। ତା’ପରେ ଗାଁ ଲୋକେ ଅଗ୍ନିଶମ ବାହିନୀ କୁ ଯୋଗାଯୋଗ କରିଥିଲେ। ଗାଁ ଲୋକ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହଯୋଗ ରେ ପୋଖରୀରେ ବୁଡିଯାଇଥିବା ଦୁଇ ଜଣ ନାବାଳକଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ଦୁଇ ନାବାଳକଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକେ ଓ ବାପା, ମା’ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି କାନ୍ଦବୋବାଳି କରିଥିଲେ। ଯାହା ଏକ ଲୋମହର୍ଷଣକାରୀ ଘଟଣା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଥିଲା। ଏହି ଭଳି ଲୋମହର୍ଷଣକାରୀ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ଗୁଆ ଗାଁ ଏବଂ ରାଧାବଲ୍ଲଭପୁର ଗ୍ରାମ ରେ ଘଟିଯାଇଛି। ସୂଚନା ଅନୁଯାୟୀ ମୃତ ନାବାଳକ ଦୁଇ ଜଣଙ୍କ ନାମ ଗୁଆଗାଁ ର ସତ୍ୟବାନ ବେହେରାଙ୍କ ୧୩ ବର୍ଷ ବୟସ ର ଜ୍ୟୋତିର୍ମୟ ବେହେରା ଏବଂ ଅନ୍ୟ ଜଣେ ରାଧାବଲ୍ଲଭପୁର ଗ୍ରାମ ର କାହ୍ନୁଚରଣ ବେହେରା ଙ୍କ ୧୭ ବର୍ଷ ବୟସର ପୁଅ ରାଜେନ୍ଦ୍ର ବେହେରା । ଯେଉଁ ପୋଖରୀକୁ ଗାଧୋଇବାପାଇଁ ଯାଇଥିଲେ ଉକ୍ତ ପୋଖରୀଟି ରାଧାବଲ୍ଲଭ ପୁର ଅନ୍ତର୍ଗତ ବାଖରପୁର ରେ ଅବସ୍ଥିତ। ଦୁଇ ମୃତ ନାବାଳକ ଙ୍କ ପରିବାର ପକ୍ଷରୁ ବାସୁଦେବପୁର ଥାନା ରେ ଲିଖିତ ଅଭିଯୋଗ କରାଯିବା ପରେ ବାସୁଦେବପୁର ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ କରିବା ସହିତ ଭିନ୍ନ ଭିନ୍ନ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି। ଦୁଇ ନାବାଳକ ଙ୍କ ମୃତ ଖବର ପାଇ ବାସୁଦେବପୁର ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି। ସୂଚନା ମୁତାବକ ଉକ୍ତ ପୋଖରୀ ର ମାଲିକ ସୁରେଶ ଚନ୍ଦ୍ର ଦାସ ଏବଂ ପ୍ରସାନ୍ତ କୁମାର ଦାସ।

ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।

WATCH FULL VIDEO 👇👇👇

https://youtu.be/q5fmLhwvA9o

Leave a Reply

Your email address will not be published. Required fields are marked *

Related Posts