ଚିଆ ସିଡ୍ସ ଓ ଲେମ୍ବୁ ରସ ଖୁବ୍ ଉପକାରୀ। ଓଜନ ହ୍ରାସ କ୍ଷେତ୍ରରେ ଉଭୟଙ୍କ ଅବଦାନ ଅତୁଳନୀୟ। ଚିଆ ସିଡ୍ସ ଏବଂ ଲେମ୍ବୁ ମିଶ୍ରଣ ଶରୀର ପାଇଁ ଏକ ସୁପରଫୁଡ୍ ଭାବରେ କାର୍ଯ୍ୟ କରେ। ଏହି ଦୁଇଟି ସାମଗ୍ରୀକୁ ଏକାଠି ପିଇବା ଦ୍ୱାରା ଏହାର ପୋଷକ ତତ୍ତ୍ୱ ବହୁଗୁଣିତ ହୋଇଯାଏ। ଓଜନ ହ୍ରାସ ସହ ଆଉ କି କି ଫାଇଦା ମିଳେ, ଜାଣନ୍ତୁ…
ଚିଆ ସିଡ୍ସ ଏବଂ ଲେମ୍ବୁ ପାଣି ପିଇବାର ଫାଇଦା
କୋଲେଷ୍ଟ୍ରଲ ହ୍ରାସ କରେ- ଚିଆ ସିଡ୍ସରୁ ଓମେଗା-୩ ଫ୍ୟାଟି ଏସିଡ୍ ମିଳିଥାଏ, ଯାହା ହୃଦୟକୁ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଚିଆ ସିଡ୍ସ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ (LDL) ହ୍ରାସ ପାଇଥାଏ ଏବଂ ଭଲ କୋଲେଷ୍ଟ୍ରଲ (HDL) ବୃଦ୍ଧିରେ ସାହାଯ୍ୟ ହୋଇଥାଏ। ଏହା ଦ୍ୱାରା ହୃଦରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ।