ବାସୁଦେବପୁର ତହସିଲଦାର ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲ ରେ ଦୀର୍ଘ ୨ ବର୍ଷ ୪ ମାସ ଧରି ସୌଭାଗ୍ୟ ରଞ୍ଜନ ପଣ୍ଡା ତହସିଲଦାର ଭାବରେ କାର୍ଯ୍ୟକରି ବାସୁଦେବପୁର କୁ ୧ ନମ୍ବର ତହସିଲ ରେ ପରିଣତ କରିବାରେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ପଦୋନ୍ନତି ହୋଇ ଅନ୍ୟତ୍ର ବଦଳି ହୋଇଯିବା କାରଣରୁ ବାସୁଦେବପୁର ବାସୀଙ୍କୁ ଛାଡ଼ି ଯିବାକୁ ପଡ଼ିଥିଲା । ମାର୍ଚ୍ଚ ମାସ ୧୨ ତାରିଖ ବୁଧବାର ଦିନ ବାସୁଦେବପୁର ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ପ୍ରିୟବ୍ରତ ଦାସଙ୍କ ତତ୍ତ୍ଵାବଧାନରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପୂର୍ବତନ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା, ନୂତନ ତହସିଲଦାର ପ୍ରିୟବ୍ରତ ଦାସ ଏବଂ ଅତିରିକ୍ତ ତହସିଲଦାର ଜୟନ୍ତ କୁମାର ରାଉତରାୟ ଙ୍କ ସମେତ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତି ରହିଥିଲେ। ଉକ୍ତ ସଭାରେ ପୂର୍ବତନ ତହସିଲଦାର ସମସ୍ତ କର୍ମଚାରୀ ମାନଙ୍କୁ ସମସ୍ତ କାର୍ଯ୍ୟରେ ନୂତନ ତହସିଲଦାର ଙ୍କୁ ସହଯୋଗ କରିବା ସହିତ ଏକ ପରିବାର ଭଳି ଏକତ୍ରିତ ଭାବରେ ଲୋକମାନଙ୍କ ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଏହିକ୍ରମରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କଲେ ବାସୁଦେବପୁର ତହସିଲ ପୁଣି ରାଜ୍ୟରେ ୧ ନମ୍ବର ହୋଇ ରହିବ ବୋଲି କହିଥିଲେ। ଆହୁରି ମଧ୍ଯ କହିଥିଲେ ବାସୁଦେବପୁର ତହସିଲ ଏକ ବୃହତ୍ ତହସିଲ ତେଣୁକରି ତହସିଲ କୁ ଆସୁଥିବା ସମସ୍ତ ଜନସାଧାରଣଙ୍କୁ ପ୍ରଥମେ ଭଲ ବ୍ୟବହାର କରିବା ସହିତ ସେମାନଙ୍କ କଥା ଧର୍ଯ୍ୟ ର ସହିତ ଶୁଣି ତାପରେ ସେମାନଙ୍କ କାର୍ଯ୍ୟ କରିବ କାରଣ ଆମେ ସମସ୍ତ ସରକାରୀ କର୍ମଚାରୀଙ୍କ ଦରମା ସେମାନଙ୍କ ଖଜଣା ରୁ ମିଳିଥାଏ। ସେହିପରି ନୂତନ ତହସିଲଦାର କର୍ମଚାରୀ ମାନଙ୍କୁ ମିଳିତ ହୋଇ ଏକ ପରିବାର ର ସଦସ୍ୟ ଭାବରେ କାର୍ଯ୍ୟା କରିବାକୁ ପରାମର୍ଶ ଦେଇଥିଲେ। ଉପସ୍ଥିତ କର୍ମଚାରୀ ମାନେ ବିଦାୟ କାଳୀନ ସମ୍ବର୍ଦ୍ଧନା ରେ ପୂର୍ବତନ ତହସିଲଦାର ଙ୍କୁ ପୁଷ୍ପଗୁଚ୍ଛ ସହିତ କିଛି ଉପହାର ପ୍ରଦାନ କରିଥିଲେ । ଶେଷରେ ଅତିରିକ୍ତ ତହସିଲଦାର ଜୟନ୍ତ କୁମାର ରାଉତରାୟ ଉପସ୍ଥିତ ସମସ୍ତ କର୍ମଚାରୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ସଭା ସାଙ୍ଗ କରାଯାଇଥିଲା।
ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।
WATCH FULL VIDEO 👇👇👇