ସାହିତ୍ୟ ପତ୍ରିକା ” ଅବସର” ର ବିଂଶତମ ରାଜ୍ୟ ସ୍ତରୀୟ ବିଷୁବ ମିଳନ ଅନୁଷ୍ଠିତ
ଓଡିଶା ର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ଅବସର ଆନୁକୂଲ୍ୟ ରେ ରାଜ୍ୟସ୍ତରୀୟ ବିଂଶତମ ବିଷୁବ ମିଳନ ଉତ୍ସବ ଓ ସାରସ୍ୱତ ସଭା ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟଳବିହାରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାହିତ୍ୟ ପତ୍ରିକା ” ଅବସର” ର ପ୍ରତିଷ୍ଠାତା ସ୍ବର୍ଗତ ବନମାଳୀ ବାରିକଙ୍କ ସ୍ମୃତି କୁ ମନେପକାଇ ଥିଲେ ଉପସ୍ଥିତ ସମସ୍ତ ଅତିଥି ଗଣ। ବାସୁଦେବପୁର ବିଭିନ୍ନ ସାହିତ୍ୟିକ ସଂଗଠନ ତାଙ୍କ ଅନୁପସ୍ଥିତି ଏକ ଅପୂରଣୀୟ ସ୍ଥାନ ସୃଷ୍ଟି କରିଛି ବୋଲି କହିଲେ ଅତୁ୍ୟକ୍ତି ହେବନାହିଁ। ‘ଅବସର’ ସାହିତ୍ୟ ଅନୁଷ୍ଠାନ ର ଆବାହକ ପାର୍ଥ ସାରଥୀ ବାରିକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ବିଷୁବ ମିଳନ ସମାରୋହ କୁ ବିଧାୟକ ଅଶୋକ କୁମାର ଦାସ ଉଦଘାଟନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ ଅଭିମନ୍ୟୁ ବେହେରା। ବିଶିଷ୍ଟ ଗାଳ୍ପିକ ରଜନୀକାନ୍ତ ମହାନ୍ତି ସମାରୋହ ର ଉଦ୍ଦେଶ୍ୟ ସମ୍ପର୍କ ରେ ବାର୍ତ୍ତା ରଖିଥିବା ବେଳେ ମୁଖ୍ୟ ବକ୍ତା ପ୍ରାବନ୍ଧିକ ଡ଼ଃ ଅଭୟ କୁମାର ଦାସ ଓ ସମ୍ମାନିତ ବକ୍ତା ବିଶିଷ୍ଟ ସ୍ତମ୍ଭକାର ଓ ସମାଲୋଚକ ଡ଼ଃ ବିଶ୍ୱରଂଜନ ଦାସ ଙ୍କ ବକ୍ତବ୍ୟ ସାହିତ୍ୟ ରେ ରୁଚି ରଖୁଥିବା ଯୁବ ସାହିତ୍ୟିକ ଙ୍କୁ ପ୍ରେରଣା ଯୋଗାଇ ଥିଲା। ଓଡ଼ିଆ ଏକ ପ୍ରାଚୀନ ଓ ଶାସ୍ତ୍ରୀୟ ଭାଷା। ଭାଷା ବଞ୍ଚିଲେ ଓଡ଼ିଆ ଜାତି ବଞ୍ଚି ରହିବ।ଅନ୍ୟ ସମ୍ମାନିତ ଅତିଥି ଭାବେ କବି ପ୍ରଭାତ ନଳିନୀ ମହାପାତ୍ର ଓ ଅଟଳବିହାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଷ୍ଣୁମୋହନ ସ୍ୱାଇଁ ଯୋଗ ଦେଇଥିଲେ। ଏହି ଅବସରରେ ଡ଼ଃ ବିଶ୍ୱରଂଜନ ଦାସ ଙ୍କୁ ସାରସ୍ୱତ ପ୍ରତିଭା ସମ୍ମାନ, ପ୍ରାବନ୍ଧିକ ବାସୁଦେବ ବାରିକ ଙ୍କୁ ଅବସର ପ୍ରବନ୍ଧ ସମ୍ମାନ, ଶିକ୍ଷାବିତ ରବିନାରାୟଣ ସେନାପତି ଙ୍କୁ “ବନମାଳୀ ବାରିକ ” ସ୍ମୃତି ସମ୍ମାନ ତଥା ଯୁବ ଗାଳ୍ପିକ ସଞ୍ଜୟ ପଣ୍ଡା ଙ୍କୁ ଯୁବ ପ୍ରତିଭା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଭୋଜନ ଓ ବିଷୁବ ପଣା ର ବିରତି ପରେ ବିଷୁବ କବିତା ଆସର ରେ ଝୁମି ଉଠିଥିଲା ବିଷୁବ ମିଳନ ର ଦ୍ୱିତୀୟ ଅଧିବେଶନ। ସମସ୍ତ ଆମନ୍ତ୍ରିତ ଅତିଥି ମାନେ ଉକ୍ତ ଅବସର ସାହିତ୍ୟ ପତ୍ରିକା ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।
WATCH FULL VIDEO 👇👇👇