ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ର ଋକୁଣାଦେଇପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଧୁପାଳ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବିଆରସିସି ଉର୍ମିଳା କର, ଅବସରପ୍ରାପ୍ତ ଏବିଓ ମିନା ମଲ୍ଲିକ୍ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗବନ୍ଧୁ ବଳ, ଅର୍ଜୁନ ମହାଳିକ, ତାପଶ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ କ୍ଷିରୋଦ ଦଳାଇ, ଗିରିଧାରୀ ମହାରଣା । ଅନ୍ୟ ସମ୍ମାନିତ ଅତିଥି ଭାବେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ର ସଭାପତି ରମ୍ଭା ମଣି ପଣ୍ଡା, ସମ୍ପାଦକ ଶାନ୍ତନୁ ପଳିତା, ଭଦ୍ରକ ଶିକ୍ଷକ ସଂଘ ପୂର୍ବତନ ସଭାପତି ରମେଶ ଚନ୍ଦ୍ର ପଣ୍ଡା, ପଦ୍ମପୁର କ୍ଲଷ୍ଟର ସିଆରସିସି ଅଜିତ ମହାରଣା ଏବଂ ସରପଞ୍ଚ ରାଜେନ୍ଦ୍ର ନାୟକ ଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ। ସଭାରେ ଉପସ୍ଥିତ ସମସ୍ତ ଅତିଥି ମାନେ ଅବସର ଗ୍ରହଣ କରୁଥିବା ଅକ୍ଷୟ ସାରଙ୍କୁ ଦୀର୍ଘ ୩୦ ବର୍ଷ ର ଶିକ୍ଷାଦାନ, ସମୟାନୁର୍ତ୍ତିତା ଏବଂ ତାଙ୍କର କର୍ମମୟ ଜୀବନ ଉପରେ ଆଲୋଚନା କରିଥିଲେ। ଦୀର୍ଘ ଦିନ ଧରି ଶିକ୍ଷକତା କରିଥିବା ଶିକ୍ଷକ ଙ୍କ ଛାତ୍ର ବତ୍ସଳ ଓ ସହକର୍ମୀ ମାନଙ୍କ ପ୍ରତି ଉଦାର ମନୋଭାବ ପାଇଁ ସେ ଆଜି ସେମାନଙ୍କ ହୃଦୟରେ ଚିର ନମସ୍ୟା ହୋଇଯାଇଛନ୍ତି ବୋଲି ଅଭିଭାଷଣରେ କହିଥିଲେ।ଉକ୍ତ ବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ନାୟକ ବିଭିନ୍ନ ଉପହାର ସହିତ ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଛାତ୍ର ଛାତ୍ରୀ, ଅଭିଭାବକ, ଗ୍ରାମ ବାସୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ । ।
ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।
WATCH FULL VIDEO 👇👇👇