ଳିତବର୍ଷରୁ ବଦଳିବ +2 ପରୀକ୍ଷା ଫର୍ମାଟ୍। ଆଉ ପୁରୁଣା ଫର୍ମାଟରେ ହେବନି ପରୀକ୍ଷା। ପ୍ରଥମଥର ପାଇଁ ଯୁକ୍ତ ଦୁଇ ପରୀକ୍ଷା CBSE ବା କେନ୍ଦ୍ରୀୟ ବୋର୍ଡ ଫର୍ମାଟରେ ହେବ। ଏନେଇ ସବୁ ପ୍ରସ୍ତୁତି କରିସାରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଆସନ୍ତା ଫେବୃଆରୀ ୧୮ରୁ +2 ଥିଓରୀ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହା ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ । ସେପଟେ ପରୀକ୍ଷା ପୂର୍ବରୁ CHSE ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସାମ୍ପଲ ପ୍ରଶ୍ନପତ୍ର ମିଳିନଥିବାରୁ ସେମାନେ ଦ୍ବନ୍ଦ୍ବରେ ରହିଛନ୍ତି।
ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମପୂରଣ ପ୍ରକ୍ରିୟା ଶେଷ ହୋଇଛି। ଫର୍ମ ପୂରଣ ତଥ୍ୟ ଯାଞ୍ଚ ଲାଗି କାଉନସିଲ୍ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯୋଗ୍ୟ ପରୀକ୍ଷାର୍ଥୀଙ୍କୁ ଖୁବ୍ ଶୀଘ୍ର ଆଡମିଟ୍ କାର୍ଡ ଦିଆଯିବ। ତେବେ କାର୍ଡ ପ୍ରଦାନ ପୂର୍ବରୁ ପରୀକ୍ଷାର୍ଥୀଙ୍କ ନାମ, ପିତାମାତାଙ୍କ ନାମ, ଲିଙ୍ଗ, ବର୍ଗ ଏବଂ ବିଷୟକୁ ଅଧ୍ୟକ୍ଷ, ପରୀକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଏବଂ ଡିଇଓମାନେ ଯାଞ୍ଚ କରିବେ। ଫର୍ମପୂରଣ ତଥ୍ୟରେ କୌଣସି ତ୍ରୁଟି ଥିଲେ ପରୀକ୍ଷା ନିୟନ୍ତ୍ରକଙ୍କୁ ଆସନ୍ତା ୧୦ ତାରିଖ ସୁଦ୍ଧା ଇ-ମେଲ୍ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।