ଶୂନ୍ୟକାଳରେ ପୁଣି ବିଜେଡି ବିଧାୟକଙ୍କ ହଟ୍ଟଗୋଳ । ଗୃହ ଅପରାହ୍ନ ୪ ଟା ଯାଏଁ ମୁଲତବି । ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀଙ୍କ ଏଏସଓ ଚାକିରୀ ବିକ୍ରି ବିବୃତି କଥା ଉଠାଇ ରୁଲିଂ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କହିଲେ ମୁଖ୍ୟମନ୍ତ୍ରୀ ବିଲ ଆଲୋଚନା ବେଳେ ଉତ୍ତରରେ କହିଲେ, ଚାକିରି ହାଟ ବଜାରରେ ମିଳୁଥିଲା । ୨୦ / ୩୦ ଲକ୍ଷ ଦେଲେ ଚାକିରି ମିଳୁଥିଲା । ଏହା ଦ୍ୱାରା ପରିଶ୍ରମ କରି ଯେଉଁ ଯୋଗ୍ୟ ପିଲା ଚାକିରି ପାଇଛନ୍ତି ତାଙ୍କ ପ୍ରତି ଘୋର ଅପମାନ ହୋଇଛି । ଯେଉଁମାନେ ଚାକିରି ପାଇଁ ପ୍ରସ୍ତୁତି ଚଳାଇଛନ୍ତି ସେମାନଙ୍କ ମନୋବଳ ଭାଙ୍ଗୁଛି । ଯଦି ପ୍ରମାଣ ଅଛି ୬ ମାସ ହେଲା ବସିଛନ୍ତି କାହିଁକି ? ତାଙ୍କ ପାଖରେ ସିବିଆଇ, ଇଡି ଅଛି ତଦନ୍ତ ନକରି ଚୁପ ହୋଇ କାହିଁକି ବସିଛନ୍ତି ବୋଲି କହିଛନ୍ତି ପ୍ରମିଳା । ମୁଖ୍ୟମନ୍ତ୍ରୀ ଶସ୍ତା ବିବୃତି ରଖନ୍ତୁନି ବୋଲି କହି ପ୍ରମିଳା ମୁଖ୍ୟମନ୍ତ୍ରୀ ରଖିଥିବା ବିବୃତିକୁ ବାଦ ଦିଆଯିବାକୁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ କେଉଁ ସଂସ୍ଥା ଲଗେଇକି ସେ ତଦନ୍ତ କରି ଏହି ତଥ୍ୟ ପାଇଛନ୍ତି । ଏ ସଂପର୍କରେ ରୁଲିଂ ଦେବାକୁ ଗୃହରେ ଦାବି କରିଛନ୍ତି ପ୍ରମିଳା ।

Leave a Reply

Your email address will not be published. Required fields are marked *

Related Posts