ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ୨୦୨୫ ଶାନ୍ତି ଶୃଙ୍ଖଳାର ସମାପନ
# ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ରେ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ।
# ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ସାରା ଭଦ୍ରକ ସହର।

ଆଙ୍କର : ଭଦ୍ରକ ର ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ୨୦୨୫ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଯାଇଛି। ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଶ୍ରୀରାମ ନବମୀ ମହୋତ୍ସବ। ଦୀର୍ଘ ୩୫ ବର୍ଷ ଧରି ଭଦ୍ରକ ଜିଲ୍ଲା ରେ ସମସ୍ତ ସନାତନୀମାନଙ୍କୁ ଏବଂ ବିଭିନ୍ନ ହିନ୍ଦୁ ସଂଗଠନର ସହଯୋଗ କ୍ରମେ ଶ୍ରୀରାମ ନବମୀ ମହୋତ୍ସବ ବେଶ୍ ଧୁମଧାମରେ ପାଳିତ ହୋଇଆସୁଛି। ଯାହା ସାରା ଭାରତ ବର୍ଷରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ସୂଚନା ଅନୁଯାୟୀ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମୀ ମୁକ୍ତି ଆନ୍ଦୋଳନକୁ ନେଇ ଗଢ଼ି ଉଠିଥିବା ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବ ପାଳନ ହୋଇଆସୁଛି। ଭାରତୀୟ ସଂସ୍କୃତିର ସ୍ପନ୍ଦନ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର। ପ୍ରଭୁ ଶ୍ରୀରାମଚନ୍ଦ୍ର ସନାତନ ଧର୍ମ ର ମୂର୍ତ୍ତିମନ୍ତ ପ୍ରତୀକ ରୂପେ ପୂଜିତ। ଚଳିତ ବର୍ଷ ଭଦ୍ରକ ରେ ଶ୍ରୀରାମ ନବମୀ ମହୋତ୍ସବ ଗାନ୍ଧୀ ପଡ଼ିଆରେ ସାତ ଦିନ ବ୍ୟାପୀ ପାଳିତ ହୋଇଯାଇଛି। ଉକ୍ତ ମହୋତ୍ସବ ରେ ଭଦ୍ରକ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ସୁସଜ୍ଜିତ ପ୍ରଭୁ ଶ୍ରୀରାମଙ୍କ ଏବଂ ହନୁମାନଜୀଙ୍କ ମେଢ଼ ର ଶୋଭାଯାତ୍ରା ସହିତ ଭଦ୍ରକ ସହରରେ ଏକ ବିଶାଳ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ନଗର ସଂକୀର୍ତ୍ତନ ରେ ଆବାଳ ବୃଦ୍ଧ ବନିତା, ରାଜନେତାମାନଙ୍କ ଉପସ୍ଥିତ ଭଦ୍ରକ ସହର କୁ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ଜୟ ଶ୍ରୀରାମ ନାରା ରେ ସମସ୍ତ ସନାତନୀ ମାନେ ଝୁମି ଥିଲେ। ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶ୍ରଦ୍ଧାଳୁମାନଙ୍କ ଗହଳି ଦେଖି ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଥଣ୍ଡାପାନୀୟ, ଦହି ସରବତ, ଓଆରଏସ, ତରଭୁଜ ଏବଂ ଖାଦ୍ୟର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସଂଧ୍ୟାରେ ଶୋଭାଯାତ୍ରା ଓ ନଗର ସଂକୀର୍ତ୍ତନ ବାହାରି ସକାଳ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ଶେଷ ହୋଇଥିଲା।ଚଳିତ ବର୍ଷ ଶ୍ରୀରାମ ନବମୀ ମହୋତ୍ସବ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥିଲା। ଉକ୍ତ ଶ୍ରୀରାମ ନବମୀ ମହୋତ୍ସବ କୁ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗଦଳ, ଭାରତୀୟ ଜନତା ପାର୍ଟି , ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଏବଂ ବିବିଧ କ୍ଷେତ୍ରର ବିଭିନ୍ନ ସଂଗଠନ ସହଯୋଗ କରିଥିଲେ।

ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।

WATCH FULL VIDEO 👇👇👇

Leave a Reply

Your email address will not be published. Required fields are marked *

Related Posts