ମସ୍ତିକ ରୋଗ ରେ ପିଡିତ ଯୁବକ ଙ୍କ ଚିକିତ୍ସା ରେ ଅର୍ଥ ର ବାଧକ।
# ଖୁସି ବାଣ୍ଟିବା ସେବା ଫାଉଣ୍ଡେସନ ପକ୍ଷରୁ ଯୁବକ ଙ୍କୁ ସହଯୋଗ।
# ଯୁବକଙ୍କ ପରିବାରକୁ ଭେଟିବା ସହିତ ଦେଲେ ଆର୍ଥିକ ସାହାଯ୍ୟ।
ଆଙ୍କର : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜୟରାମ ବାରିକ ଙ୍କ ପୁଅ ଦେବେନ୍ଦ୍ର ବାରିକ କିଛି ମାସ ହେବ ବ୍ରେନ୍ ଷ୍ଟ୍ରୋକ କାରଣରୁ ପକ୍ଷାଘାତ ରେ ଆକ୍ରାନ୍ତ ହୋଇଥିଲେ। ପୁଅକୁ ନେଇ ଘରୋଇ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ କରୁଥିଲେ। ସେଠାରେ ପୁଅର ମସ୍ତିଷ୍କ ର ଅସ୍ତ୍ରୋପଚାର କରିବା ପାଇଁ ଅର୍ଥ ଅଭାବ କାରଣରୁ ଭଦ୍ରକ ଚିରାଗ ହସ୍ପିଟାଲରେ ଚିକିତ୍ସିତ କରୁଛନ୍ତି। ପୁଅକୁ ଭଲ କରିବା ପାଇଁ ସମସ୍ତ ଉଦ୍ୟମ କରିଥିଲେ ମଧ୍ୟ ବର୍ତ୍ତମାନ ଅର୍ଥ ବାଧକ ସାଜିଛି। ପରିବାର ଲୋକେ ଦେବେନ୍ଦ୍ର ର ଚିକିତ୍ସା ପାଇଁ ନିବେଦନ କରିଛନ୍ତି। ଖବର ପାଇ ଖୁସି ବାଣ୍ଟିବା ସେବା ଫାଉଣ୍ଡେସନ ଚୁଡ଼ାମଣି ପକ୍ଷରୁ ସାହାଯ୍ୟ ର ହାତ ବଢାଇଛନ୍ତି। ଭାରତୀୟ ଜନତା ପାର୍ଟି ର ଭଦ୍ରକ ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ୍ ଙ୍କ ସହଯୋଗ କ୍ରମେ ଖୁସି ସେବା ଫାଉଣ୍ଡେସନର କର୍ମକର୍ତ୍ତାମାନେ ଜୟରାମଙ୍କ ଘରେ ପହଞ୍ଚିବା ସହିତ କିଛି ଅର୍ଥ ସାହାଯ୍ୟ କରିଛନ୍ତି। ସଭାପତି ରାଜେଶ ମଲ୍ଲିକ୍, ସମ୍ପାଦକ ଦୀପ୍ତି ରଞ୍ଜନ ସେଠୀଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରରେ ଉଦୟ ନାରାୟଣ ମଲ୍ଲିକ୍ ଜିଲ୍ଲା ରେଡ଼କ୍ରସ ଓ ସରକାରୀ ସ୍ତରରେ ସହାୟତା ପାଇଁ ଉଦ୍ୟମ କରିବେ ବୋଲି ସୂଚନା ଦେଇଛନ୍ତି। ଏଥିସହିତ ଅନ୍ୟ ସେବା ସଂଗଠନ ପକ୍ଷରୁ କିଛି ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି।
ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।
WATCH FULL VIDEO 👇👇👇