ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଦେବୀ ପୀଠ ମାନଙ୍କ ରେ ଝାମୁଯାତ୍ରା ଅନୁଷ୍ଠିତ।
ବୈଶାଖ ମାସ ର ପ୍ରଥମ ଦିନ ଯାହାକି ଓଡିଆ ନବବର୍ଷ ଭାବରେ ପରିଚିତ। ସାରା ଓଡ଼ିଶାରେ ଗାଁ ମାନଙ୍କରେ ଥିବା ଗ୍ରାମଦେବୀ ପୀଠରେ ଧୁମଧାମରେ ପୂଜାର୍ଚ୍ଚନା କରିବା ସହିତ ନୂଆ ବର୍ଷର ନୂଆ ପାଞ୍ଜି ପୂଜା କରାଯାଇଥାଏ। ଏହି ଦିବସକୁ ହନୁମାନଜୀଙ୍କ ଜନ୍ମ ଉତ୍ସବ ରୂପରେ ମଧ୍ୟ ପାଳନ କରାଯାଏ। ମହାବୀର ହନୁମାନଜୀ ଙ୍କ ମନ୍ଦିର ରେ ମହାଆଡମ୍ବରରେ ପୂଜାର୍ଚ୍ଚନା କରାଯାଇଥାଏ। ଏହିକ୍ରମରେ ବୈଶାଖ ମାସ ପ୍ରଥମ ଦିବସକୁ ପଣା ସଂକ୍ରାନ୍ତି ରୂପରେ ପାଳନ କରାଯାଇଥାଏ। ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିଗତ ଭାବରେ ଅନେକ ପଣା ବଣ୍ଟନ କରିଥାନ୍ତି। ଏହି କ୍ରମରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବିନାୟକ ପୁର ଗ୍ରାମର ଗ୍ରାମଦେବତୀ ମା ଆଙ୍କୁଡାଶୁଣୀ ଏବଂ ଭେଡାରେ ଭେଡାନାୟକାଣୀ ପୀଠରେ ବହୁ ଧୁମଧାମରେ ବିଷୁବ ସଂକ୍ରାନ୍ତି ପାଳନ କରାଯାଇଅଛି। ସୂଚନା ଅନୁଯାୟୀ ମା ଆଙ୍କୁଡାଶୁଣୀ ଓ ମା ଭେଡାନାୟକାଣୀ ଡାକୁଆ ଦେବୀ ଭାବରେ ବାସୁଦେବପୁର ଅଞ୍ଚଳରେ ଖ୍ୟାତି ରହିଛି। ମା’ଙ୍କ ପୀଠରେ ଶ୍ରଦ୍ଧାଳୁମାନଙ୍କ ମନସ୍କାମନା ପୂରଣ ହୋଇଥାଏ। ଲକ୍ଷ ଲକ୍ଷ ଭକ୍ତଙ୍କର ଭିଡରେ ବିଷୁଵ ସଂକ୍ରାନ୍ତି ଶାନ୍ତି ଶୃଙ୍ଖଳାର ପାଳିତ ହୋଇଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
WATCH FULL VIDEO 👇👇👇