୧୨ ଡିସିମିଲ ଜମିର ଦାମ ଦେଇ ୩୪ ଡିସିମିଲ ଜମି ହଡପ।
# ବାସୁଦେବପୁର ଥାନା ରେ ଲିଖିତ ଅଭିଯୋଗ କଲେ ଜମି ମାଲିକ।
# ପୋଲିସ ଡାକରାରେ ପଡ଼ୁ ନାହିଁ ପ୍ରଭାବ।
ଆଙ୍କର : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ସୁକଦେବପୁର ଗ୍ରାମର ଅସରଫ୍ ଖାଁନ୍ ଜମି ମାଲିକ। ଜମି ମାଲିକ ଙ୍କ ସୂଚନା ଅନୁଯାୟୀ ତାଙ୍କର ୧୨ ଡିସିମିଲ ଜମି କୁ ଉକ୍ତ ଗ୍ରାମର ହମ୍ ସେଦ୍ ଖାଁନ୍ କୁ ଏକ ଲକ୍ଷ ଅଶି ହଜାର ଟଙ୍କାରେ ବିକ୍ରି କରିଥିଲେ। ବିକ୍ରି କବଲାରେ ସମସ୍ତ ବିବରଣୀ ଲେଖାଯାଇଥିଲା। ଜମି ମାଲିକ ଲେଖାପଢ଼ା ଜାଣିନଥିବାରୁ ତାଙ୍କ ର ସରଳତାର ସୁଯୋଗ ନେଇ ହମ୍ ସେଦ୍ ଖାଁନ୍ ୧୨ ଡିସିମିଲ ଜମି ବଦଳରେ ୩୪ ଡିସିମିଲ ଜମି ଅତି ଚଞ୍ଚକତା ଉପାୟରେ ତାଙ୍କ ନାମ ରେ ବିକ୍ରୀ କବଲା କରି ନେଇ ଥିବାର ବାସୁଦେବପୁର ଥାନା ରେ ଗତ ମାର୍ଚ୍ଚ ମାସ ୧୭ ତାରିଖ ରେ ଲିଖିତ ଅଭିଯୋଗ କରିଛନ୍ତି ଜମି ମାଲିକ ର ପୁଅ ବାରିସ୍ ଖାଁ। ଯେତେ ବେଳେ ଜମି ମାଲିକ ଜାଣିବାକୁ ପାଇଲେ କି ତାଙ୍କ ଜମି ହଡପ ହୋଇଛି ସେତେବେଳେ ଗ୍ରାମ ର କିଛି ଭଦ୍ରବ୍ୟକ୍ତି ଙ୍କୁ ଡାକି ବିଚାର କରିଥିଲେ ଏଵଂ ବିଚାର ରେ ଉପସ୍ଥିତ ସମସ୍ତ ଭଦ୍ରବ୍ୟକ୍ତିଙ୍କ ଆଗରେ ହମ୍ ସେଦ୍ ଜମି ଠକିଥିବା କଥା ମାନିଥିଲେ ଓ ସମସ୍ତ ଜମିର ମୂଲ୍ୟ ଦେବାକୁ କହିଥିଲେ ବୋଲି ଜମି ମାଲିକ ଙ୍କ ପୁଅ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ଜମି ମାଲିକ ଙ୍କୁ ଜମି ର ମୂଲ୍ୟ ଦେଇନଥିଲେ। ଜମି ମାଲିକ ର ବୟସ ଅଧିକ ହୋଇଯିବା କାରଣରୁ ସେ ଆଉ ଠିକ୍ ଭାବରେ ଚାଲାବୁଲା କରିପାରୁ ନାହାଁନ୍ତି। ତଥାପି ଅଟୋ ରିକ୍ସା ରେ ନ୍ୟାୟ ଆଶାରେ ବୃଦ୍ଧ ଜଣକ ବାରମ୍ବାର ଥାନାକୁ ଆସୁଛନ୍ତି। ଏହି ପରି ଭାବରେ ଲେଖାପଢ଼ା ଜାଣିନଥିବା ବୃଦ୍ଧ ଙ୍କ ପ୍ରତି ହୋଇଥିବା ଠକାମି ର କେବେ ହେବ ପର୍ଦ୍ଦାଫାଶ ଏବଂ ଚାଲାକିର ସହିତ ଜମି ହଡ଼ପ କରିଥିବା ଠକକୁ କେବେ ଆଇନ ଅନୁଯାୟୀ ମିଳିବ ଦଣ୍ଡ ? ବୃଦ୍ଧ ଜଣକ କେବେ ପାଇବେ ନ୍ୟାୟ? ପୋଲିସ ପ୍ରଶାସନ ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ସଠିକ୍ ତଦନ୍ତ ସହିତ ଠକଙ୍କ ବିରୋଧରେ ନେବେ କି ଦୃଢ଼ କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ବାକି ରହିଲା।

ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।

WATCH FULL VIDEO 👇👇👇

Leave a Reply

Your email address will not be published. Required fields are marked *

Related Posts