ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ମାତୃଭୂମି ପାଇଁ ଗଣଦୌଡ
ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପୀ ଗରିୟଶୀ। ଉତ୍କଳ ମାଟିର ଗୌରବମୟ ଅତୀତକୁ ମନେ ପକାଇବାକୁ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ମାତୃଭୂମି କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏକ ଗଣଦୌଡ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୈଶାଖ ମାସ ରେ ପଣା ସଂକ୍ରାନ୍ତି କୁ ଓଡ଼ିଆ ନବବର୍ଷ ଭାବରେ ସାରା ଓଡ଼ିଶାରେ ପାଳନ କରାଯାଇଥାଏ। ଏହି ଅବସରରେ ବାସୁଦେବପୁର ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଶତାଧିକ ଉତ୍କଳ ମାତାର ସନ୍ତାନ ସାମିଲ୍ ହୋଇ ମନ୍ଦାରୀ ସ୍ଥିତ ଚାଚେରୀ ଛକ ନିକଟରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଯାଇଥିଲେ । ସୂଚନା ଅନୁଯାୟୀ ଉକ୍ତ ଗଣଦୌଡ ରେ ବାଲ ସ୍ବୟଂ ସେବକ, ଯୁବକ, ଭାରତୀୟ ଜନତା ପାର୍ଟି ର ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଜନତା ସାମିଲ୍ ହୋଇଥିଲେ। ବାସୁଦେବପୁର ପୋଲିସ ପ୍ରଶାସନର ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।
WATCH FULL VIDEO 👇👇👇👇