ଅଚାନକ ଦୁଇ ବଖରା ଘରେ ଲାଗିଲା ନିଆଁ
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସାନକୃଷ୍ଣପୁର ଗ୍ରାମ ପଞ୍ଚାୟତ ପାରା ପୋଖରୀ ଗ୍ରାମରେ ଗତକାଲି ସକାଳ ଘରେ କେହି ନଥିବା ସମୟରେ ଅଚାନକ ନିଆଁ ଲାଗି ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଉକ୍ତ ଗ୍ରାମର ସୁଦର୍ଶନ ବଳ ଙ୍କ ଘରେ ଦିନ ୧୦ ଟା ସମୟରେ ନିଆଁ ଲାଗିଯିବାରୁ ଅନେକ ଗୁଡ଼ିଏ ଦରକାରୀ ଜିନିଷ ପୋଡ଼ି ଯାଇଛି। ଖବର ପାଇ ଗାଁ ଲୋକମାନେ ମିଶି ବହୁ କଷ୍ଟରେ କିଛି ଜିନିଷକୁ ସୁରକ୍ଷା କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ସୁଦର୍ଶନଙ୍କ ଘରେ ତିନି ଦିନ ଧରି ଚାବି ପଡିଥିଲା ଏବଂ ଘରେ କେହି ନଥିଲେ । ବୁଧବାର ଦିନ ୧୦ ଟା ସମୟରେ ଅଚାନକ ଘରେ ନାଆଁ ଲାଗିଯିବାରୁ ଘର ଜଳି ଉଠିଥିଲା। କିପରି ଭାବରେ ଘରେ ନିଆଁ ଲାଗିଲା କେହି ଜାଣି ପାରୁ ନାହାନ୍ତି। ଘରେ ନିଆଁ ଲାଗିବାର ଦେଖି ପଡୋଶି ଡାକ ପକାଇବାରୁ ଗାଁ ଲୋକେ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଦମକଳ ବାହୀନି କୁ ଖବର ଦେବାରୁ ଦମକଳ ଆସି ପହଞ୍ଚିବା ବେଳକୁ ଗାଁ ଲୋକେ ନିଆଁ କୁ ଆୟତ କରିସାରିଥିଲେ। ସୁଦର୍ଶନ ବଳ ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ କରିବାକୁ ଗାଁ ଲୋକେ ଅନୁରୋଧ କରିଛନ୍ତି।
ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।
WATCH FULL VIDEO 👇👇👇