
ପୁଣି ଚର୍ଚ୍ଚାରେ ମହମ୍ମଦ ଶାମି, ଏଥର ବ୍ୟାଟରେ କଲେ କମାଲ: ଦେଖନ୍ତୁ ଭିଡିଓ
ଭାରତୀୟ ଟିମର ସ୍ପିଡଷ୍ଟାର ମହମ୍ମଦ ଶାମି ପୁଣିଥରେ ଚର୍ଚ୍ଚାରେ। ସବୁବେଳେ ନିଜ ବୋଲିଂ ପାଇଁ ଚର୍ଚ୍ଚାରେ ରହୁଥିବା ଶାମି ଖୁବଶୀଘ୍ର ଭାରତୀୟ ଟିମକୁ ଫେରିବେ। ଏପରି କି ତାଙ୍କୁ ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଶେଷ ୨ଟି ଟେଷ୍ଟରେ ମଧ୍ୟ ଦେଖିବାକୁ ମିଳିବ। ଏହାପୂର୍ବରୁ ଶାମି ସୋଶାଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। କିନ୍ତୁ ଏଥର ସେ ନିଜର ବୋଲିଂ ପାଇଁ ନୁହେଁ, ବରଂ ବିସ୍ଫୋରକ ବ୍ୟାଟିଂ ପାଇଁ

ହେଡ୍ଙ୍କୁ ବୋଲ୍ଡ କରିବାରୁ ସିରାଜଙ୍କୁ ଚିଡ଼ାଇଲେ ଆଡିଲେଡ ଦର୍ଶକ, ଦେଖନ୍ତୁ ଭିଡିଓ
ଆଡିଲେଡ ଓଭାଲରେ ଖେଳା ଯାଉଥିବା ପିଙ୍କ ବଲ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବୋଲରଙ୍କୁ ପ୍ରବଳ ଧୋଇଛନ୍ତି ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍। ସେ ଏକାକୀ ୧୪୦ ନର ଇନିଂସ ଖେଳିବାରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୧୫୭ ରନର ଲିଡ ହାସଲ କରି ନେଇଛି। ତେବେ ୧୪୦ ରନ କରିଥିବା ହେଡ୍ଙ୍କୁ ଭାରତର ମହମ୍ମଦ ସିରାଜ ଚମତ୍କାର ଢଙ୍ଗରେ କ୍ଲିନବୋଲ୍ଡ କରିଛନ୍ତି। ତେବେ ସେ ହେଡ୍ଙ୍କୁ ବୋଲ୍ଡ କରିବାରୁ ତାଙ୍କୁ ଆଡିଲେଡରେ

ସିରାଜଙ୍କୁ ଦଣ୍ଡିତ କଲା ଆଇସିସି, ଅଳ୍ପକେ ବର୍ତ୍ତିଲେ ଟ୍ରାଭିସ ହେଡ୍
ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ମ୍ୟାଚ୍ ଫି’ ୨୦% କାଟ କରିଛି ଆଇସିସି। ଅଷ୍ଟ୍ରେଲିଆ ବ୍ୟାଟର ଟ୍ରାଭିସ ହେଡ ମଧ୍ୟ ଆଇସିସି କଟକଣାର ସାମ୍ନାକୁ କରିଛନ୍ତି। କିନ୍ତୁ ତାଙ୍କ ମ୍ୟାଚ ଫି’ କଟା ଯାଇ ନାହିଁ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଥିବା ପିଙ୍କ ବଲ ଟେଷ୍ଟରେ ସିରାଜ ଓ ହେଡଙ୍କ ମଧ୍ୟ ଗରମାଗରମି ଦେଖିବାକୁ ମିଳିଥିଲା। ଉଭୟ ପରସ୍ପରକୁ ଆକ୍ଷେପ କରି ବୟାନବାଜୀ କରିଥିଲେ।

WTC ଫାଇନାଲ ଠାରୁ ଗୋଟିଏ ବିଜୟ ଦୂରରେ ଦକ୍ଷିଣ ଆଫ୍ରିକା, ବଢ଼ିଲା ଭାରତର ସମସ୍ୟା
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାକୁ ଦକ୍ଷିଣ ଆଫ୍ରିକାକୁ ମିଳିଛି ବଡ଼ ବୁଷ୍ଟର। ଆଜି ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆକୁ ଦଳ ୧୦୯ ରନରେ ଜିତି ନେଇଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ ମୂଳପୋଛ କରିବା ପରେ ଦକ୍ଷିଣ ଆଫ୍ରିକା ଏବେ WTC ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ଅଷ୍ଟ୍ରେଲିଆ ଦ୍ୱିତୀୟକୁ ଖସି ଥିବା ବେଳେ ଭାରତ ପୂର୍ବଭଳି ତୃତୀୟ ସ୍ଥାନରେ ରହିଛି