
ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା RBI ଗଭର୍ଣ୍ଣର
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ନୂଆ ଗଭର୍ଣ୍ଣ ଭାବେ ନିଯୁକ୍ତି ପାଇଛନ୍ତି ସଞ୍ଜୟ ମାଲହୋତ୍ରା। ବର୍ତ୍ତମାନ ଦେଶର ରାଜସ୍ୱ ସଚିବ ଭାବେ କାମ କରୁଥିବା ସଞ୍ଜୟ ଆସନ୍ତା ବୁଧବାରରୁ ଆରବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବେ। ଆରବିଆଇ ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ସେ ୨୦୧୮ରୁ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ଆସୁଥିଲେ।

ସମ୍ବିଧାନ ବିତର୍କରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି, ୧୪ରେ ରଖିବେ ମତ
ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ବିତର୍କ ଲୋକସଭାରେ ହେବ। ଆସନ୍ତା ୧୩ ଓ ୧୪ ଦୁଇ ଦିନ ଧରି ବିଭିନ୍ନ ଦଳର ସଦସ୍ୟ ସମ୍ବିଧାନ ଉପରେ ହେବାକୁ ଥିବା ବିତର୍କରେ ଭାଗ ନେଇ ନିଜର ମତ ରଖିବେ। ସବୁ ସଦସ୍ୟ ମତ ରଖି ସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପକ୍ଷ ରଖିବେ। ସେ ଡିସେମ୍ବର ୧୪ରେ ସମ୍ବିଧାନ ବିତର୍କରେ ଭାଗ ନେଇ ଜବାବ

ସଂଖ୍ୟାଗରିଷ୍ଠତାଙ୍କ ହିସାବରେ ଚାଲିବ ଦେଶର ଆଇନ: ବିଚାରପତିଙ୍କ ବୟାନକୁ ନେଇ ବିବାଦ
ଆହ୍ଲାବାଦ ହାଇକୋର୍ଟର ଜଣେ ବିଚାରପତି ଗୋଟିଏ କାର୍ଯ୍ୟକ୍ରମରେ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଛି। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜଷ୍ଟିସଦ ଶେଖର କୁମାର ଯାଦବ ଯୋଗ ଦେଇ ଏକକ ନାଗରିକ ସଂହିତା ଉପରେ ମତ ରଖିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦ ଲେଗାଲ ସେଲ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜଷ୍ଟିସ ଶେଖର କହିଛନ୍ତି ଯେ “ମୁଁ କହିବାରେ ଆଦୌ ଦ୍ୱଧା କରିବି ନାହିଁ ଯେ

ସଂସଦରେ ଉପସ୍ଥାପନ ହେବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍
ସଂସଦର ଶୀତ ଅଧିବେଶନ ଚାଲିଥିବା ବେଳେ କେନ୍ଦ୍ର ସରକାର ଗୃହରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଆଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଡିସେମ୍ବର ୨୦ରେ ଶୀତ ଅଧିବେଶନ ସରିବାକୁ ଥିବା ବେଳେ ସରକାର ଏହା ପୂର୍ବରୁ ଏହି ବିଲକୁ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଗୋଟିଏ ଥରରେ ପୂରା ଦେଶରେ ଉଭୟ ଲୋକସଭା ଓ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ କରିବାକୁ ବିଲରେ ବ୍ୟବସ୍ଥା ହୋଇଛି। ଏହାକୁ