ଭାରତୀୟ ଜନତା ପାର୍ଟିର ପକ୍ଷରୁ ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ।
ଭଦ୍ରକ ଜିଲ୍ଲା ବାସୁଦେବପୁର ଟାଉନହଲ ପରିସରରେ ଗୁରୁବାର ବିଜେପିର ବିଧାନସଭାସ୍ତରୀୟ ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏକ ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମଞ୍ଚ ପରିଚାଳନା କରିଥିଲେ ସାଂସଦ ଙ୍କ ପ୍ରତିନିଧି ଜୟ ପ୍ରକାଶ ମଲ୍ଲିକ୍ । ମୁଖ୍ୟ ବକ୍ତା ଭାବରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଅଶୋକ କୁମାର ସାହୁ, ଧାମନଗର ବରିଷ୍ଠ ନେତା ହରେକୃଷ୍ଣ ପାଢ଼ୀ, ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବିଧାନସଭା ନେତା ବାଣୀ କଲ୍ୟାଣ ମହାନ୍ତି, ବରିଷ୍ଠ ନେତା ଉମାକାନ୍ତ ଖୁଣ୍ଟିଆ, ପ୍ରତାପ କୁମାର ନାୟକ, ମଧୂସୁଦନ ପାଢ଼ୀ ଙ୍କ ସମେତ ନଗର ଓ ମଣ୍ଡଳ ସଭାପତି ମାନେ ଉପସ୍ଥିତ ରହିଥିଲେ। ଏହି ସଭା ରେ ଦୁର୍ବଳ ସଂଗଠନକୁ ସଜାଡ଼ିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପି ଜିଲା ସଭାପତି ଭଗବାନ ପଣ୍ଡା। ୩୮୫ ଜଣ ସକ୍ରିୟ ସଦସ୍ୟ ଥିବାବେଳେ ବାସୁଦେବପୁର ରେ ଦୁର୍ବଳ ସଂଗଠନକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିସହିତ ଦଳ ହେଉଛି ବଡ଼, ବ୍ୟକ୍ତି ବଡ଼ ନୁହେଁ ଏବଂ ସମସ୍ତେ ଦଳ ପାଇଁ ସୃଙ୍ଖଳା ର ସହିତ କାମ କରିବା କୁ ସମସ୍ତ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଧାନସଭା ମଣ୍ଡଳୀର ବିଜେପି କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ ଜିଲ୍ଲା ସଭାପତି କାର୍ଯ୍ୟକର୍ତ୍ତା ମାନଙ୍କୁ ଆଗାମୀ ଦିନରେ ଦଳକୁ ବାସୁଦେବପୁର ରେ ସୁଦୃଢ଼ କରିବା ପାଇଁ ସମସ୍ତେ ଏକ ହୋଇ ଦଳର ନିତି, ନିୟମ ମାନି ସୃଙ୍ଖଳା ର ହସିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସମ୍ମିଳନୀ ରେ ଉପସ୍ଥିତ ଥିବା ସମସ୍ତ ଙ୍କୁ ଭରତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶେଷରେ ରାଷ୍ଟ୍ରୀୟ ସଂଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା ।

ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।

WATCH FULL VIDO 👇👇👇👇

Leave a Reply

Your email address will not be published. Required fields are marked *

Related Posts