ଦ୍ବିତୀୟ ମନ୍ତେଇ ମହୋତ୍ସବ ୨୦୨୫ ଉଦଯାପିତ
ନଦୀ ହେଉଛି ମାନବ ସଭ୍ୟତା ର ପ୍ରାଣକେନ୍ଦ୍ର। ନଦୀ ଉପତ୍ୟକା ରେ ଦିନେ ଗଢି ଉଠିଥିଲା ମାନବ ସଭ୍ୟତା। ସେମିତି ଏକ ଛୋଟିଆ ନଦୀ ମନ୍ତେଇ ବହିଯାଇଛି ଭଦ୍ରକ ଜିଲ୍ଳା ବାସୁଦେବପୁର ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ମଧ୍ୟ ଦେଇ । ଦିନେ ଏଇ ମନ୍ତେଇ ନଦୀ ର କୋଷ୍ଟକେନାଲ୍ ଦେଇ ସୁଦୁର କୋଲକତା ରୁ ଚାନ୍ଦବାଲି ପର୍ଯ୍ୟନ୍ତ ଚାଲିଥିଲା ନୌବାଣିଜ୍ୟ । ଆଜି ବି ବାସୁଦେବପୁର ନିର୍ବାଚନ ମଣ୍ଡଳୀ ର ସାତୋଟି ଗ୍ରାମପଞ୍ଚାୟତ ର ଜୀବନ ରେଖା ପାଲଟିଛି ଏହି ମନ୍ତେଇ ନଦୀ। ଚିରସ୍ରୋତସ୍ବିନୀ ଏହି ନଦୀ ନାଁ ରେ ମହୋତ୍ସବ କରିବା ପାଇଁ ଆଗେଇ ଆସିଥିଲେ ସ୍ବେଛାସେବୀ ସଙ୍ଗଠନ ସାଧନା। ପ୍ରଥମ ବର୍ଷ ଭଦ୍ରକ ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଥିଲା। ହେଲେ ଚଳିତବର୍ଷ ସାଧନା ସଙ୍ଗଠନ ଆନୁକୁଲ୍ୟରେ ଓ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହାୟତା ରେ ରାଜଘରପୋଖରୀ ଠାରେ ଏକ ଭବ୍ୟ ପରିବେଶ ରେ ମନ୍ତେଇ ମହୋତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଳା ର ଜିଲ୍ଲାପାଳ ଦୀଲିପ୍ କୁମାର ରାଉତରାୟ ଯୋଗଦେଇ ନଦୀ କୁ କିପରି ପ୍ରଦ୍ୟୁଷଣ ମୁକ୍ତ କରାଯାଇପାରିବ ଏବଂ ଉକ୍ତ ନଦୀ କୁ ନିର୍ଭର କରୁଥିବା ଅନେକ ଚାଷୀ ମାନଙ୍କ ଚାଷଜମି କୁ ଜଳସେଚନ କରିବା ଉପରେ ଗୁରୁତ୍ବ ଦେଇଥିଲେ। ମୁଖ୍ୟବକ୍ତା ଗୀତିକାର ପଞ୍ଚାନନ ନାୟକ ମନ୍ତେଇ ନଦୀ କୁ ଅଭିସାରିକା ନାୟିକା ରୂପେ ଅଭିହିତ କରିଥିଲେ। ବିଶିଷ୍ଟ କବି ତଥା କଥାକାର ତ୍ୟାଗଭୂମି ର ସଭାପତି ଅଜୟ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସାଧନା ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଗୋବିନ୍ଦ, ସଭାପତି ବିଜୟ ଦାସ,କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ନାୟକ, କୋଷାଦକ୍ଷ ରୋହିତ କୁମାର ନାୟକ, ସରପଞ୍ଚ ଅରୁଣ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ଉପ ଆରଖି ଅଧିକ୍ଷକ ପ୍ରଭାତ କୁମାର ବିଶ୍ୱାଳ ଓ ଯୁବ ବୈଜ୍ଞାନିକ ବୋଧିଶ୍ଵତ୍ୱ ସଂଘ ପ୍ରିୟ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟସ୍ତରୀୟ ମନ୍ତେଇ ମହୋତ୍ସବ ରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କବି ମାନେ ଆସି ନିଜର କବିତା ଆବୃତ୍ତି କରିଥିବା ବେଳେ ସସ୍କୂତି ବିଭାଗ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।

ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।

WATCH FULL VIDEO 👇👇👇

Leave a Reply

Your email address will not be published. Required fields are marked *

Related Posts