ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଓଡ଼ିଶା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ।
# ୮୫ ଜଣ ରକ୍ତଦାତା ରକ୍ତଦାନ କରିଥିବା ସୂଚନା।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବାଗଦା ବିନାୟକପୁର ଗ୍ରାମ ର ଏକ ଗ୍ରୀଷ୍ମ କାଳୀନ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ସକାଳ ୧୦ ଟା ରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ସମୟରେ ଶେଷ ହୋଇଥିଲା। ବିଭିନ୍ନ ବର୍ଗର ରକ୍ତଦାତା ରକ୍ତଦାନ କରିବା ସହିତ ରକ୍ତ ଦାତାଙ୍କୁ ସଙ୍ଗଠନ ପକ୍ଷରୁ ରକ୍ତ ଦାନର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସୂଚନା ଅନୁଯାୟୀ ଉକ୍ତ ରକ୍ତଦାନ ଶିବିର ରେ ଭଦ୍ରକ ବ୍ଲଡ଼ ବ୍ୟାଙ୍କ ଅଫିସର ଡାକ୍ତର ଦେବରାଜ ପାଣିଗ୍ରାହୀ, ଶ୍ରୀମତୀ ବିଷ୍ଣୁପ୍ରିୟା ପ୍ରଧାନ, ବିଶ୍ବ ରଞ୍ଜନ ବଳ, ନିରୁପମା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗୃହ କରିଥିଲେ। ଉକ୍ତ ରକ୍ତଦାନ ଶିବିରକୁ ସତ୍ୟ ସାଇ ସେବା ସଙ୍ଗଠନ, ବାଗଦାବିନାୟକପୁର ଭଜନ ମଣ୍ଡଳୀ ପକ୍ଷରୁ ଆୟୋଜନ କରାଯାଇଥିଲା । ବାବା ଦେଇଥିବା ବାର୍ତ୍ତା ” ସମସ୍ତ ଙ୍କୁ ଭଲପାଅ, ସମସ୍ତଙ୍କ ସେବା କର” କୁ ସାକାର କରିବାକୁ ପ୍ରୟାସ କରିଛନ୍ତି ସଙ୍ଗଠନର କାର୍ଯ୍ୟକର୍ତ୍ତା । ଶିବିରରେ ଆବାହକ ମଧୁସୂଦନ ଦାସ, ଜିଲ୍ଲା ସେବା ସଂଯୋଜକ ବସନ୍ତ କୁମାର ଦାସ, ରାଜ୍ୟ ଗ୍ରାମ ସେବା ନିର୍ବାହକ ବିଷ୍ଣୁ ମୋହନ ନାୟକ, ପ୍ରଫୁଲ୍ଲ ଦାସ, କରୁଣାକର ଡାଙ୍ଗୁଆ, ମନୋରଞ୍ଜନ ବେହେରା ପ୍ରମୁଖ ଙ୍କ ସହିତ ଗ୍ରାମର ସମସ୍ତ ଯୁବକ ଉପସ୍ଥିତ ରହି ଶିବିର କୁ ସୁଚାରୁରୂପେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମୋଟ ୮୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ଉପସ୍ଥିତ ଡ଼ା. ଦେବରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।
WATCH FULL VIDEO 👇👇👇