ରଙ୍ଗ ଖେଳିବା ବାହାନାରେ ଛାତିରେ ହାତ ମାରି ହଟହଟା ହେଲେ ରଙ୍ଗିଲା ଶିକ୍ଷକ।
*ରଙ୍ଗ ମାରିବା ପାଇଁ ମୁହଁ, ହାତ, ଗୋଡ଼ ନୁହେଁ ଦରକାର ପଡିଲା ପେଟ, ଛାତି, ଜଙ୍ଘ
*ନିଶାରେ ଚୁର ଜନୈକ ଶିକ୍ଷକ ଙ୍କ ରଙ୍ଗୀନ ନିଶା ପଡିଲା ମହଙ୍ଗା।
Anchor -ଫଗୁଖେଳ ଫଗୁଣ ମାସର ଏକ ନିଆରା ପରମ୍ପରା। ରଙ୍ଗର ଖେଳ ହୋଲି ପର୍ବ ଭାଇଚାରା ଓ ସଦଭାବନା ର ପର୍ବ ହୋଇଥିବା ବେଳେ ସେ ଖେଳକୁ ଆଧାର କରି ଏକ ଅଭାବନୀୟ ଘଟଣା ଘଟିଯାଇଛି ଭଦ୍ରକ ଜିଲ୍ଲା କସିଆ ମେରାଇନ ଥାନା ଅନ୍ତର୍ଗତ ବିଦେଇପୁର ଗ୍ରାମପଂଚାୟତ ଡିହମଳିକସାହି ରେ। ଯେଉଁ ସମୟ ରେ ରଙ୍ଗର ପର୍ବ ହୋଲି ସରିଯିବା କଥା ସେହି ସମୟରେ ଜୈନିକ ଶିକ୍ଷକ ପ୍ରଶାନ୍ତ କୁମାର ମଳିକ ଓରଫ କୁନା ମଦ ନିଶାରେ ଥିଲେ ଚୂର ଏବଂ ଭୁଲି ଯାଇଥିଲେ ଶଶୁର ବହୁ ର ସମ୍ପର୍କ। ସୂଚନା ଅନୁଯାୟୀ ସମୟ ପାଖାପାଖି ଅପରାହ୍ନ ଚାରି ଟାରୁ ପାଞ୍ଚଟା ଘରେ କେହି ନଥିବା ବେଳେ ଏଣ୍ଟ୍ରି ମାରିଥିଲେ ରଙ୍ଗିଲା ପଡିଶା ଶଶୁର ପ୍ରଶାନ୍ତ। ବହୁ ମାଳତୀ ମଳିକଙ୍କ ସ୍ୱାମୀ ଓ ଦେଢଶୁର ବାଡ଼ିରେ କାମ କରୁଥିବା ବେଳେ ଅଭିଯୁକ୍ତ ପ୍ରଶାନ୍ତ ଙ୍କ ପଚାଶ ବର୍ଷ ରେ ଲାଗିଥିଲା କାମନାର ନିଆଁ। ରଙ୍ଗ ମାରିବା ବାହାନାରେ ଏକୁଟିଆ ସୁଯୋଗ ପାଇ ମାଳତୀ ମଳିକ ଙ୍କୁ ପଛପଟରୁ କୁଣ୍ଢାଇ ଛାତି ଉପରେ ମାରିଥିଲେ ରଙ୍ଗ ଏହାସହିତ ମାଳତୀ ଙ୍କ ତଳ ଲୁଗା ଟେକି ଜୋର ଜବରଦସ୍ତ ତଳେ ଶୁଆଇ ଭାବିଥିଲେ ମେଣ୍ଟାଇବେ ଦେହର ଭୋକ । ଏହି ସମୟରେ ନିଜ ଇଜତ ବଂଚେଇବା ପାଇଁ ବହୁ ମାଳତୀ ମଳିକ କରିଥିଲେ ଆର୍ତ୍ତଚିତ୍କାର। ଚିତ୍କାର ଶୁଣି ବାଡ଼ିରେ କାମ କରୁଥିବା ମାଳତୀଙ୍କ ଦେଢଶୁର ଘରେ ପହଂଚି ଯିବାରୁ ଧରାପଡ଼ିଯାଇଥିଲା ରଙ୍ଗିଲା ଶିକ୍ଷକ ଙ୍କର କଳାକାରନାମା। ଏ ବାବଦରେ ପୀଡିତା ମାଳତୀ ମଳିକ କସିଆ ସାମୁନ୍ଦ୍ରିକ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କେଶ କରି ଚୁପଚାପ ବସିଯାଇଛି ସାମୁଦ୍ରିକ ଥାନା ପୋଲିସ। ଅଭିଯୁକ୍ତ ପ୍ରଶାନ୍ତ ଙ୍କ ବଡ଼ ଭାଇ କସିଆ ସାମୁଦ୍ରିକ ଥାନାରେ ଜଣେ ପ୍ରଭାବସାଳି ହୋମଗାର୍ଡ ଥିବାରୁ ଏବେବି ଖୋଲାମେଲା ରେ ବୁଲୁଛନ୍ତି ରଙ୍ଗିଲା ଶିକ୍ଷକ ବାବୁ ପ୍ରଶାନ୍ତ।ଏବେ ପ୍ରଶ୍ନ ଆସୁଛି ଭାରତୀୟ ନ୍ୟାୟ ସଂହିତା ଅନୁଯାଇ 120(2),115(2),206,303(2),351(3),ଦଫା ଅନୁଯାଇ କେଶ ରଜୁ କରାଯାଇଥିଲେ ମଧ୍ୟ କାହା ବାହୁବଳରେ ବୁଲୁଛନ୍ତି ଅଭିଯୁକ୍ତ? ପୀଡିତା ମହିଳା ଙ୍କୁ କେବେ ମିଳିବ ସୁରକ୍ଷା ସେ ନେଇ ସାଧାରଣ ରେ ଉଠୁଛି ପ୍ରଶ୍ନ? ଭଦ୍ରକ ଜିଲ୍ଲା ଏସପି ମହୋଦୟ ଘଟଣା ଉପରୁ ଉଠାଇବେକି ପରଦା। ଦୋଷୀ କେବେ ପାଉଛି ଦଣ୍ଡ ! ମାଳତୀ ଙ୍କୁ ନ୍ୟାୟ ମିଳିବ ନା ଫାଇଲ ତଳେ ଚାପିହୋଇ ରହିଯିବ ମାଳତୀ ର ଆର୍ତ୍ତଚିତ୍କାର।

ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।

WATCH FULL VIDEO 👇👇👇