ବିଦ୍ୟାଳୟ ରେ ପଶିଥିବା ଚୋରକୁ ଗାଁ ଲୋକେ ଧରି ପୋଲିସ ରେ ଦେଲେ।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ନାୟକାଣିଡିହି ଥାନା ଅଧିନସ୍ଥ ଚାରିବାଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗତକାଲି ରାତିରେ ପଶିଥିଲେ ଚୋର। ଦୁଇ ଜଣ ଚୋରକୁ ଧରି ପୋଲିସ ରେ ଜିମା ଦେଲେ ଗାଁ ଲୋକେ। ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ଉକ୍ତ ବିଦ୍ୟାଳୟରୁ ଚୋରମାନେ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ୪୩ ବସ୍ତା ଚାଉଳକୁ ଚୋରି କରିନେଇଥିଲେ। ଏହି ଚୋରି ହେଉଥିବା କାରଣରୁ ଗ୍ରାମବାସୀମାନେ ବିଦ୍ୟାଳୟ ଉପରେ ସଦାସର୍ବଦା ଦୃଷ୍ଟି ରଖିଥିଲେ। ଯେତେବେଳେ ଗତକାଲି ରାତିରେ ଚୋରମାନେ ବିଦ୍ୟାଳୟ ଭିତରକୁ ପଶି ଲାଇଟ୍ ଦପ୍ ଦପ୍ କରିଛନ୍ତି, ଏହାଦେଖି ଗ୍ରାମ ର କିଛି ଯୁବକମାନେ ଡକାଡକି ହୋଇ ବିଦ୍ୟାଳୟ କୁ ଘେରାଉ କରିବା ସହିତ ଚୋରମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦୁଇ ଜଣ ଚୋର ହାତରେ ମାରଣାସ୍ତ୍ର ଧରି ଗ୍ରାମବାସୀମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଭୟଭୀତ ହୋଇ ଗ୍ରାମବାସୀମାନେ ଦୁଇଜଣଙ୍କୁ ଧରିପାରି ନଥିଲେ। ଏପଟେ ଅନ୍ୟ ଦୁଇ ଜଣ ବିଦ୍ୟାଳୟ ପଛ ପାଖ ରେ ଥିବା ଏକ ପରିତ୍ୟକ୍ତ ଜଳପୂର୍ଣ୍ଣ ଜଳାଶୟ ଭିତରକୁ ପଶିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ଧରିବାରେ ସକ୍ଷମ ହୋଇଥିଲେ ଏବଂ ନାୟକାଣିଡିହି ଥାନା କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଚୋରକୁ ନିଜ ଆୟତକୁ ନେଇଥିଲେ। ଆଉ ଜଣେ ଉକ୍ତ ଜଳାଶୟ ମଧ୍ୟରେ ଲୁଚି ରହିଯାଇଥିଲେ, ଦମକଳ ବାହୀନି କୁ ଖବର କରିବା ପରେ ପୋଲିସ, ଦମକଳ ବାହୀନି ଏବଂ ଗାଁ ଲୋକ ମାନଙ୍କ ଦ୍ବାରା ବହୁତ ଖୋଜାଖୋଜି ପରେ ସକାଳ ପ୍ରାୟ ୫ ଟା ସମୟରେ ଧରିବାକୁ ସକ୍ଷମ ହୋଇଥିଲେ ଏବଂ ପୋଲିସ ଦୁଇ ଜଣ ଚୋରକୁ ଥାନାକୁ ନେଇଥିବା ଗ୍ରାମବାସୀମାନେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। କିଛି ଦିନ ଧରି ନାୟକାଣିଡିହି ଥାନା ଅଞ୍ଚଳରେ ଲୁଟେରା, ଚୋର ମାନଙ୍କ ପାଦୃଭାବ ବୃଦ୍ଧି ପାଇବାରେ ଲାଗିଛି ଯାହାଫଳରେ ପୋଲିସ ର ମଥାବ୍ୟଥାର କାରଣ ହୋଇଛି। ଏଠାରେ ପୋଲିସ ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ସାଧାରଣ ଜନତା ଭୟଭୀତ ଅବସ୍ଥା ରେ କାଳାତିପାତ କରୁଛନ୍ତି।
ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା
WATCH FULL VIDEO 👇👇👇