VO1-ଦେଖି ପାରୁଥିବେ ଦର୍ଶକ ବନ୍ଧୁ କେମିତି ଧାଡ଼ି ଧାଡ଼ି ହୋଇ ବିମାନ ସଜା ଚାଲିଛି। ଏହି ବିମାନ କୁ କିଏ କାଠ କାମ, ସୋଲ କାମ ତ ଆଉ କିଏ ରଙ୍ଗ ତୂଳି ରେ କାମ କରୁଛି। କିଏ ସୋଲରେ ମୂର୍ତ୍ତି ତିଆରି କରୁଛି ତ ଆଉ କିଏ ଚୁମୁକି ଖଞ୍ଜୁଛି ଆଉ କିଏ ପିମ୍ପେଇ (ପେୟାଁ)କାଠିରେ ବିମାନ ତିଆରି କରୁଛି ତ ଆଉ ପୁଣି କିଏ ବଡି,କଉଡି କରୁଛି ! ଆଉ ପୁଣି ଶେଷ ସ୍ପର୍ଶ ଦେଉଛି! ଦୋଳ ମେଲଣ ଉତ୍ସବରେ ସାମିଲ୍ ହେବାକୁ ଯାଉଥିବା ବିମାନ ସାଜ ସଜ୍ଜାରେ ଶେଷ ସ୍ପର୍ଶ ଦେବାକୁ କାରିଗର ଲାଗିପଡ଼ିଛନ୍ତି ପୁରାପରିବାର। ଏଭଳି ଦୄଶ୍ୟ ବାସୁଦେବପୁର ବ୍ଲକ ବ୍ରାହ୍ମଣ ଗାଁ ଏବଂ ବିନାୟକପୁର ବେଲ ସାଉଁଳିଆ ଗାଁରେ ଦେଖିବାକୁ ମିଳିଛି।
Byte-1-(ଅଜୟ କୁମାର ଦାଶ,ଶିଳ୍ପୀ,)
VO-2-ଗୋଟିଏ ଗୋଟିଏ ପରିବାର ୧୦ରୁ ଊର୍ଦ୍ଧ କାରିଗର
ବିମାନ ସଜାଇବାରେ ଲାଗିଛନ୍ତି। ଏହି କ୍ରମରେ ଶିଳ୍ପୀ ଅଜୟ ଦାଶ ଓ ଅକ୍ଷୟ କୁମାର ଦାଶ ଦୀର୍ଘ ବର୍ଷ ଧରି ବିମାନ ତିଆରି କରି ଆସୁଛନ୍ତି। ଅକ୍ଷୟଙ୍କ କହିବା କଥା, ବାପା ଠାକୁର ବିମାନ କାମ କରୁଥିଲେ। ବାପାଙ୍କ ଦେହାନ୍ତ ପରେ ଆମେ ବି ଏହି କାମକୁ ଆପଣାଇ ନେଇଛୁ। ବର୍ଷସାର ଯାହା ମୂର୍ତ୍ତି କାମ ହୁଏ ଦୋଳ ଆସିଲେ ବିମାନ ସଜା କାମ ଅଧିକ ହୋଇଥାଏ। ନିଜ ବିମାନ ସହିତ ପଡୋଶୀ ଚାନ୍ଦବାଲି, ପିରହାଟ, ବାଲିମେଦ
ବ୍ରାହ୍ମଣଗାଁ, ଗଦଳା,ଆଦି ଅଞ୍ଚଳର ଠାକୁର ବାଡିଆମାନେ ବିମାନ ସଜାଇବାକୁ ଅଗ୍ରୀମ ଦେଇଥାନ୍ତି। ଟଙ୍କା ଅନୁସାରେ ବିମାନ ସଜା କରାଯାଇଥାଏ। ଅତି କମରେ ୨୦ ହଜାର ରୁ ଆରମ୍ଭ ହୋଇ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିମାନ ସଜା ଯାଇଥାଏ।
Byte-2-(ଅକ୍ଷୟ ଦାଶ,କାରିଗର)
Byte-3-(ନିବେଦିତା ଦାଶ,ମହିଳା ଶିଳ୍ପୀ)
VO-3-ବିମାନରେ ସୋଲ କାମ ସହିତ ବଡି,ରୁଦ୍ରାକ୍ଷ,ପେଇଁଆ କାଠି,ସପକାଠି,ପ୍ଳାଷ୍ଟିକ କଉଡି, ଶଙ୍ଖ, ଶାମୁକା,ରେସମ,ମୋତି କାମ କରାଯାଇଥାଏ। ଏହା ବାଦ ବିମାନରେ କାଳୀୟ ଦଳନ,ବଦ୍ରିନାଥ ମନ୍ଦିର, ପ୍ରଭୁଙ୍କ ଲବଣି ଚୋରି, କୃଷ୍ଣ ସୁଦାମା, ମା’ ଯଶୋଦାଙ୍କ ଶ୍ରୀକୃଷ୍ଣଙ୍କୁ ଆକଟ, ଆଦି ମୂର୍ତ୍ତି ବିମାନରେ ବସାଯାଉଛି। ପରିବାର ସହିତ କିଛି କାରିଗରଙ୍କୁ କାମରେ ଲଗାଯାଇଛି। ସବୁ ଠାକୁର ବାଡିଆଙ୍କୁ ଠିକ ସମୟରେ ବିମାନ ସଜାଇ ଦେବାର ବ୍ୟବସ୍ଥା କରୁଛୁ ! ଅନ୍ୟ ଡେକୋରସେନ କାମ କରୁଛୁ କିନ୍ତୁ ଦୋଳ ବିମାନ କାର୍ଯ୍ୟ କରିବାକୁ ବହୁତ ଖୁସି ଲାଗିବା ସହ ଏହା ଆମର ସେବା କରିବାର ଏକ ସୁଯୋଗ ବୋଲି କହିଛନ୍ତି ସେବାକାର ତଥା କାରିଗର କମଳାକାନ୍ତ ଦାଶ!
Byte-4-(କମଳାକାନ୍ତ ଦାଶ,ସେବାକାର ତଥା କାରିଗର)
VO-4-ସବୁଠୁ ବଡ କଥା ହେଲା ପରମ୍ପରା ବଞ୍ଚାଇବା ପାଇଁ ବର୍ଷ ବର୍ଷ ଧରି ସମସ୍ତ ସେବାକାର ମାନେ ନିଜସ୍ୱ ଅର୍ଥରେ ନିର୍ମାଣ କରିଥାନ୍ତି ବିମାନ କୁଡିକ।ଏଥି ପାଇଁ ସ୍ଥାନୀୟ କାରିଗର ସମେତ ପଶ୍ଚିମବଙ୍ଗ ଅଞ୍ଚଳରୁ ଆସିଥାନ୍ତି କାରିଗର ମାନେ।ଏକ ମାସ ଧରି ଗୋଟିଏ ଦୋଳ ବିମାନ ପାଇଁ ୫ଜଣ କାରିଗର ଲାଗିଥାନ୍ତି।ଦୋଳ ବିମାନକୁ ଆଉ ଟିକେ ଆକର୍ଷଣ କରିବାକୁ ପାର୍ଶ୍ୱ ଦେବା ଦେବୀ ଭାବରେ ରାମ,ଲକ୍ଷ୍ମଣ,ସୀତା,ହନୁମାନ ଆଦି ମୁର୍ତ୍ତି ମଧ୍ୟ ଚାଲିଛି ନିର୍ମାଣ।ସୋଲ ଏବଂ ଜରି ବଦଳରେ କାଜୁ,ଆଲମୋଣ୍ତ,ପେସ୍ତା ବାଦାମ,ଅଳେଈଚରେ ଡିଜାଈନର ଭାବେ ବିମାନ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।
Byte-5-(ତାପସ ମିଶ୍ର,କୋଷାଧ୍ୟକ୍ଷ ତଥା ଠାକୁର ବାଡିଆ )
ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।
WATCH FULL VIDEO 👇👇👇👇