କଳା ସଂସ୍କୃତି ମହାସଂଘ ପକ୍ଷରୁ ବିଡ଼ିଓ ଙ୍କୁ ଦାବିପତ୍ର।
କଳାକାର ସଂଘ ପାଇଁ ଏକ ସ୍ଥାୟୀ ଘର ଯୋଗାଇ ଦେବାକୁ ଦାବୀପତ୍ର।
ଆଙ୍କର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ବ୍ଲକ ଉନ୍ନୟନ ଅଧିକାରିଣୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କଳାକାର ସଂଘ ପକ୍ଷରୁ ସଭାପତି, ସମ୍ପାଦକ ଏବଂ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ବ୍ଲକ ଉନ୍ନୟନ ଅଧିକାରିଣୀ ତନ୍ମୀତା କର ଙ୍କୁ ସାକ୍ଷାତ କରିବା ସହିତ ଏକ ସ୍ଥାୟୀ ଘର ଯୋଗାଇ ଦେବାକୁ ଦାବୀପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ସଂଘ ପକ୍ଷରୁ ବାରମ୍ବାର ଭଦ୍ରକ ଜିଲ୍ଲାପାଳ ଙ୍କୁ ଏକ ଭେଟିବା ସହିତ ବାସୁଦେବପୁର ବଜାର ରେ ଏକ ସ୍ଥାୟୀ ବୈଠକ ଘର ଯୋଗାଇ ଦେବାକୁ ନିବେଦନ କରାଯାଇଥିଲା ବୋଲି ସଂଘର ସଭାପତି ଉଲ୍ଲେଖ କରିଛନ୍ତି। ଆଜକୁ କିଛି ମାସ ପୂର୍ବରୁ ସେମାନଙ୍କ ଅନୁରୋଧ ରକ୍ଷାକରି ଜିଲ୍ଲାପାଳ ତତ୍କାଳ ବାସୁଦେବପୁର ବ୍ଳକ ଉନ୍ନୟନ ଅଧିକାରୀ ଙ୍କୁ ଏକ ଘର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଦୀର୍ଘ ଦିନ ଧରି କଳାକାର ସଂଘ ପକ୍ଷରୁ ପ୍ରତ୍ୟେକ ମାସର ଏକ ବୈଠକ ପାଇଁ ହନ୍ତସନ୍ତ ହେଉଥିବା ସଂଘ ପକ୍ଷରୁ ମତ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କୁ ଏକ ଘର ଯୋଗାଇ ଦେବାକୁ ବ୍ଲକ ଉନ୍ନୟନ ଅଧିକାରିଣୀ କହିଛନ୍ତି।

ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।

WATCH FULL VIDEO 👇👇👇

Leave a Reply

Your email address will not be published. Required fields are marked *

Related Posts