ବାସୁଦେବପୁର ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ।
# ରକ୍ତ ତୀର୍ଥ ଇରମ ପର୍ଯ୍ୟଟନ ସ୍ଥଳୀ ଭିତ୍ତିଭୁମିର ବିକାଶ ପାଇଁ ଅନୁଦାନ ରାଶି ମଞ୍ଜୁର
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଇରମକୁ ଏକ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିଛି । ଦୀର୍ଘ ଦିନ ଧରି ବାସୁଦେବପୁର ବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ରକ୍ତତୀର୍ଥ ଇରମ ର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରୟାସ ଜାରି ରହିଥିଲା। ଗତ ପ୍ରାୟ ୮ ବର୍ଷ ତଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଚେଷ୍ଟାରେ ଇରମର ବିକାଶ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ହେଲେ ସେତେବେଳର ସରକାର ଉକ୍ତ ରାଶିକୁ ବ୍ୟୟ କରିପାରିନଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ବର୍ତ୍ତମାନର ସରକାର ରକ୍ତତୀର୍ଥ ଇରମ ର ପର୍ଯ୍ୟଟନ ଭିତ୍ତିଭୂମି ର ବିକାଶ ପାଇଁ ଏକ କୋଟି ଟଙ୍କା ମଞ୍ଜୁର କରିବା ସହିତ ଜିଲ୍ଲା କୁ ତ୍ୱରିତ ବେଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଉନ୍ନୟନ ମୁଳକ କାର୍ଯ୍ୟ ପାଇଁ ଓଡ଼ିଶା ସରକାର ଙ୍କ ର ନିର୍ଦେଶ କୁ ସମ୍ମାନ ଜଣାଇ ବାସୁଦେବପୁର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଜିଲ୍ଲା ବିଜେପି ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ୍, ଭାଜପା ଲିଗାଲ ସେଲ ପ୍ରମୁଖ ଡ଼ା ନିରୋଦ ଦାଶ, ପୂର୍ବତନ ମଣ୍ଡଳ ସଭାପତି ରମାକାନ୍ତ ସେଠୀ, ପୂର୍ବତନ ଇରମ ମଣ୍ଡଳ ସଭାପତି କୈଳାଶ ପଣ୍ଡା, ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ମହେଶ୍ୱର ଧଳ, କାଉଁସିଲର ଜଗବନ୍ଧୁ ଦାସ, ଭାଜପା କାର୍ଯ୍ୟକର୍ତ୍ତା ଅଶିତ ଦାସ, କମଳାକାନ୍ତ ବାରିକ, ଶ୍ରୀତମ ସାହୁ, ବଳଭଦ୍ର ବିଶ୍ବାଳ, ହେମନ୍ତ ସନ୍ଦିବିଗ୍ରହ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉଦୟ ନାରାୟଣ ମଲ୍ଲିକ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏଭଳି ବିକାଶ କାର୍ଯ୍ୟ, ଭିତ୍ତିଭୂମି ର ବିକାଶ, ଲୋକାଭିମୁଖୀ ଉନ୍ନତିମୂଳକ କାର୍ଯ୍ୟ ଓଡ଼ିଶା ସରକାର ଙ୍କ ପକ୍ଷରୁ ପୂର୍ଣ୍ଣ ମାତ୍ରାରେ ଜାରି ରହିବ ବୋଲି ମତ ପ୍ରକାଶ କରିଛନ୍ତି।
ଦେଖିବାକୁ ବାକି ରହିଲା ଓଡ଼ିଶା ସରକାର ଙ୍କ ପକ୍ଷରୁ ରକ୍ତତୀର୍ଥ ଇରମ ପର୍ଯ୍ୟଟନ ସ୍ଥଳୀ ଭିତ୍ତିଭୁମିର ବିକାଶ ପାଇଁ ମଞ୍ଜୁର ହୋଇଥିବା ଅର୍ଥ ର ସୁବିନିଯୋଗ କେବେ ହେଉଛି ଏବଂ ବାସୁଦେବପୁର ବାସୀଙ୍କ ସ୍ବପ୍ନ କେବେ ସଫଳ ହେଉଛି।

ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।

WATCH FULL VIDEO 👇👇👇

Leave a Reply

Your email address will not be published. Required fields are marked *

Related Posts