ବାର ଆସୋସିଏସନ୍ ବାସୁଦେବପୁର ପକ୍ଷରୁ ଶାନ୍ତିପୂର୍ଣ୍ଣ ମତଦାନ ସମ୍ପର୍ଣ୍ଣ
ଭଦ୍ରକ ଜିଲ୍ଲା ବାସୁଦେବପୁର କୋର୍ଟ ପରିସରରେ ବାର ଆସୋସିଏସନ୍ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମତଦାନ ରେ ସଭାପତି ପ୍ରାର୍ଥୀ ଭାବରେ କୃପାସିନ୍ଧୁ ମଳିକ, ସହଦେବ ଦାସ, ସୁଭ ପ୍ରକାଶ ଦାସ, ଉପସଭାପତି ପ୍ରାର୍ଥୀ ଭାବରେ ସଜିତ କୁମାର ଦାସ ଓ ନରେନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ପ୍ରାର୍ଥୀ ଭାବରେ ମାନସ ନାୟକ, କୃପାସିନ୍ଧୁ ଜେନା, ସହ ସମ୍ପାଦକ ପ୍ରାର୍ଥୀ ଭାବରେ ସୁଶାନ୍ତ କୁମାର ବିଶ୍ଵାଳ, ସନ୍ତୋଷ ନାୟକ, କୋଷାଧ୍ୟକ୍ଷ ପ୍ରାର୍ଥୀ ଭାବରେ ଚକ୍ରଧର ମଲ୍ଲିକ୍, ବିଜୟ ରାୟ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରାର୍ଥୀ ଭାବରେ ଅରୁଣ ମହାପାତ୍ର,ଭାରତୀ ସୁତାର, କରୁଣାକର ମଣ୍ଡଳ, ଶ୍ରୀଧର ମଳିକ ପ୍ରମୁଖ ନିର୍ବାଚନ ରେ ଅଂଶ ଗ୍ରହଣ କରିଛନ୍ତି। ସୂଚନା ଅନୁଯାୟୀ ପ୍ରତିବର୍ଷ ପରି ଚଳିତ ବର୍ଷ ବାର ଆସୋସିଏସନ୍ ବାସୁଦେବପୁର ପକ୍ଷରୁ ନିର୍ବାଚନ ଚାଲୁଅଛି। ଚଳିତ ବର୍ଷ ଓକିଲ ଭାଇ ମାନଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ମତଦାନ ଚାଲିଅଛି। ଉକ୍ତ ମତଦାନ ରେ ବାସୁଦେବପୁର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ଦେଖିବାକୁ ମିଳିଛି।

ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।

WATCH FULL VIDEO 👇👇👇

Leave a Reply

Your email address will not be published. Required fields are marked *

Related Posts