ଜେଡି ସରକାର ସମୟରେ ‘ଚାକିରି ବିକ୍ରି’ ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଗୁରୁଗମ୍ଭୀର ମନ୍ତବ୍ୟ ଓଡିଶା ବିଧାନସଭାରେ ଦେଇଛନ୍ତି ତାକୁ ନେଇ ବିପକ୍ଷ ଦଳର ସଦସ୍ୟମାନେ ଯେତେ ହୋହାଲ୍ଲା କଲେ ମଧ୍ୟ ରାଜ୍ୟର ଲକ୍ଷ ଲକ୍ଷ ନିଯୁକ୍ତି ଆଶାୟୀଙ୍କ ଦୃଷ୍ଟିଆକର୍ଷଣ କରିବା ସହିତ ନୂଆ ସରକାରଙ୍କୁ ନେଇ ସେମାନଙ୍କ ମଧ୍ୟରେ ଅନେକ ଆଶା ଓ ବିଶ୍ୱାସ ସଂଚାର ହୋଇଛି l ବର୍ଷ ବର୍ଷ ଧରି ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆଣି ଯେଉଁଭଳି କ୍ଷୋଭ ପ୍ରକାଶ କରୁଥିଲେ ତାହାକୁ ମୁଖ୍ୟମନ୍ତ୍ରୀ ବୁଝିଛନ୍ତି ଏବଂ ସାମ୍ନାକୁ ଆଣିଛନ୍ତି ବୋଲି ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହୋଇଛି l ଏ ସରକାର ନିଯୁକ୍ତିରେ ସ୍ୱଚ୍ଛତା ଆଣିବେ ବୋଲି ଏକ ବିଶ୍ୱାସ ସେମାନଙ୍କ ମଧ୍ୟରେ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ । ଯଦିଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଧାନସଭାରେ ନିର୍ଦ୍ଧିଷ୍ଟ ଭାବେ ଏଏସ୍ଓ ଚାକିରି ୨୦ରୁ ୩୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିବା ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts