ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନଜୀ ଙ୍କ ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବାଲିମେଦ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଜୀବନପୁର, ଶ୍ରୀବତ୍ସପୁର ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନଜୀ ଙ୍କ ୩ୟ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବ ପାଳନ ଅବସରରେ ରବିବାର ସଂଧ୍ୟା ୫ ଟା ସମୟରେ ମନ୍ଦିର ନିକଟରୁ ଏକ କଳସ ଶୋଭାଯାତ୍ରା ବାହାରି ବାଦ୍ୟ ଓ ଆତଶବାଜି ଏବଂ ଶଂଖ ଧ୍ବନି ସାଙ୍ଗକୁ ଜୟ ଶ୍ରୀରାମ ଧ୍ଵନି ରେ ପ୍ରକମ୍ପିତ ହୋଇଥିଲା । ଗାଁ ପରିଭ୍ରମଣ ପରେ ମନ୍ଦିର ନିକଟରେ ନଇକୂଳରେ ୧୦୮ ଘଟ ଉତ୍ତୋଳନ କରାଯାଇଥିଲା। ମୁଖ୍ୟ ଘଟ ଉତ୍ତୋଳନ ପ୍ରଫୁଲ୍ଲ କୁମାର ପାଳିତା କରିଥିଲେ। ଦ୍ବିତୀୟ ଦିନରେ ମନ୍ଦିର ର ମୁଖ୍ୟ ପୁଜକ ଦିନବନ୍ଧୁ ପଣ୍ଡା ଏବଂ ଅନ୍ୟ ପଣ୍ଡିତମାନଙ୍କ ଦ୍ବାରା ଯଜ୍ଞ ର ସମସ୍ତ ବିଧି ବିଧାନ ସହିତ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ସଂଧ୍ୟାରେ ୧୦୮ ହନୁମାନ ଚାଳିଶା ପଠନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ଯଜ୍ଞର ଶେଷଦିନ ମଙ୍ଗଳବାର ସଂଧ୍ୟାରେ ପୂର୍ଣ୍ଣାହୁତି କରାଯାଇଥିଲା। ସୂଚନା ଅନୁଯାୟୀ ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନଜୀ ଙ୍କ ଅପାର କରୁଣା ରୁ ‌ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ପୁର୍ଣ୍ଣାହୁତି ‌ରେ ଶ୍ରୀଫଳ ଦାନ କରିବା ସହିତ ହନୁମାନଜୀଙ୍କ କୃପା ଲାଭ କରିଥିଲେ। ଭକ୍ତ ମାନଙ୍କର ସମସ୍ତ ମନସ୍କାମନା ଭକ୍ତ ଶ୍ରେଷ୍ଠ ହନୁମାନଜୀ ପୁରଣ କରିଥାନ୍ତି ବୋଲି ପୁଜକ ସୂଚନା ଦେଇଛନ୍ତି। ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ପାଇଁ ପଣା ଏବଂ ପ୍ରସାଦ ସେବନ ବ୍ୟବସ୍ଥା କମିଟି ପକ୍ଷରୁ କରାଯାଇଥିଲା। କମିଟିର ସଭାପତି ସନ୍ଦୀପ ପାଳିତା, ଉପ ସଭାପତି ବାସୁଦେବ ନାୟକ, ସମ୍ପାଦକ ଦୀପକ ନାୟକ ଙ୍କ ସମେତ ସୁବାଷ ବଳ, ଦେବେନ୍ଦ୍ର ନାୟକ, ବିଜୟ ବଳ, ବଟକୃଷ୍ଣ ମହାନ୍ତି, ଅଜିତ୍ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ। ଶେଷରେ ହଜାର ହଜାର ଶ୍ରଦ୍ଧାଳୁମାନେ ଙ୍କ ପାଇଁ ପ୍ରସିଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।

WATCH FULL VIDEO 👇👇👇

Leave a Reply

Your email address will not be published. Required fields are marked *

Related Posts