ସଂସଦର ଶୀତ ଅଧିବେଶନ ଚାଲିଥିବା ବେଳେ କେନ୍ଦ୍ର ସରକାର ଗୃହରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଆଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଡିସେମ୍ବର ୨୦ରେ ଶୀତ ଅଧିବେଶନ ସରିବାକୁ ଥିବା ବେଳେ ସରକାର ଏହା ପୂର୍ବରୁ ଏହି ବିଲକୁ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।
ଗୋଟିଏ ଥରରେ ପୂରା ଦେଶରେ ଉଭୟ ଲୋକସଭା ଓ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ କରିବାକୁ ବିଲରେ ବ୍ୟବସ୍ଥା ହୋଇଛି। ଏହାକୁ ବାସ୍ତବ ରୂପ ଦେବାକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯାଇଥିଲା। କମିଟି ରିପୋର୍ଟ ଦେବା ପରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିସିଥିବା କ୍ୟାବିନେଟ ଅନୁମୋଦନ ଦେଇଥିଲା।