ଶ୍ରୀ ଶ୍ରୀ ଝାଡେଶ୍ବର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ –
ଅନନ୍ତ କୋଟି ବ୍ରହ୍ମାଣ୍ଡର ଯିଏ ନିୟନ୍ତା , ଯାହାଙ୍କ ଶୁଭ ଦୃଷ୍ଟି ରେ ସଂସାର ସୃଷ୍ଟି ହୋଇଥାଏ ଏବଂ ଯାହାଙ୍କ କୋପ ଦୃଷ୍ଟି ରେ ସଂସାର ଲୋପ ପାଇଥାଏ, ସେ ଆଉ କେହି ନୁହଁନ୍ତି ତୋତେ ବର ବା କୋପେ ବର ଦେବ ଦେବ ମହାଦେବ ଶିବ ଶଙ୍କର। ତାଙ୍କର ନିର୍ଦ୍ଦେଶରେ ଏ ସଚରାଚର ଜଗତ ଚାଲିଥାଏ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବ୍ରହ୍ମଣଗାଁ ଅନ୍ତର୍ଗତ ଅଲବଗା ଗ୍ରାମ ର ଶ୍ରୀ ଶ୍ରୀ ଝାଡେଶ୍ବର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଏବଂ ନୂତନ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ବହୁ ଆଡ଼ମ୍ବରରେ ପାଳିତ ହେଉଅଛି। ଉକ କାର୍ଯ୍ୟକ୍ରମ ଫେବୃଆରୀ ୧୭ ତାରିଖ ରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଚାଲୁରହିବ। ଉକ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ବହୁ ଜ୍ଞାନୀ ଗୁଣୀ ବେଦଜ୍ଞ ପଣ୍ଡିତ ମାନଙ୍କ ଦ୍ଵାରା ପଞ୍ଚ କୁଣ୍ଡିୟ ଯଜ୍ଞ ଅନୁଷ୍ଠିତ ହେଉଅଛି। ଏହି କ୍ରମରେ ପ୍ରଥମ ଦିବସରେ ଅଙ୍କୁରାରୋପଣ ବିଧି, ଦ୍ବିତୀୟ ଦିବସରେ କଳସ ଶୋଭାଯାତ୍ରା ସହିତ ଅନ୍ଧ ମୁକ ବଧିର ମାନଙ୍କ ଦ୍ଵାରା ଭଜନ ସଂଧ୍ୟା, ତୃତୀୟ ଦିବସରେ ଯଜ୍ଞ କାର୍ଯ୍ୟ ବିଧି ଆରମ୍ଭ, ଚତୁର୍ଥ ଦିବସରେ ମହାସ୍ନାନ ସହିତ ନୂତନ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ସହିତ ପଣ୍ଡିତ ବିରେନ୍ଦ୍ର ପଣ୍ଡା ଙ୍କ ଦ୍ବାରା ପ୍ରବଚନ କାର୍ଯ୍ୟକ୍ରମ,୫ମ ଦିବସରେ ପାର୍ଶ୍ଵ ଦେବତା ସ୍ଥାପନ, ଷୋଡ଼ଶ ସଂସ୍କାର ବିଧି ସହିତ ଶିବ ବିବାହ ବିଧି , ୬ଷ୍ଠ ଦିବସରେ ମହାଅଭିଷେକ ସହିତ ପ୍ରବଚନ ମାଳିକା ବିଚାର ଏବଂ ଶେଷ ଦିବସରେ ବଡ଼ ଶୃଙ୍ଗାର ବେଶ୍ ସହିତ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବାକୁ ଯାଉଅଛି। ସୂଚନା ଅନୁଯାୟୀ ଏହି ମହାଦେବ ଙ୍କ ପୀଠ ବହୁ ପୁରାତନ ପୀଠ ହୋଇଥିବାରୁ ମନ୍ଦିର ର ଭଗ୍ନାବଶେଷ ଆସିଥିବାରୁ ଏହାର ପୁନରୁଦ୍ଧାର କରାଯିବା ସହିତ ନୂତନ ଭାବରେ ମନ୍ଦିର ନିର୍ମାଣ କରାଯାଇ ପ୍ରତିଷ୍ଠା କରିବାକୁ ଅନୁଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ମନ୍ଦିର ର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଦୀର୍ଘ ୫ ବର୍ଷ ବିତିଯାଇଛି। ଉକ୍ତ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରେ ପାଖଆଖରୁ ବହୁ ଶ୍ରଦ୍ଧାଳୁମାନଙ୍କ ଗହଳି ଲାଗୁଥିବା ଦେଖିବାକୁ ମିଳୁଛି। ଭକ୍ତ ମାନେ ଆକର୍ଷିତ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୨ ବେଶ ର ପ୍ରତିମୂର୍ତ୍ତି କରାଯାଇଛି। ବହୁ ସଂଖ୍ୟାରେ ଭକ୍ତମାନେ ବାଭୁକୃପା ଲାଭ କରିବା ପାଇଁ ଆସୁଛନ୍ତି। ଅନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରକାର ଶୃଙ୍ଖଳା ବ୍ୟବସ୍ଥା କରାଯାଇଅଛି। ଯାହାଫଳରେ ଭକ୍ତମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନାହିଁ।
ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।
WATCH FULL VIDEO 👇👇👇