ଶୁଳିଆପଦା ପଞ୍ଚାୟତ ସମିତିର ୯ମ ବୈଠକ ଅନୁଷ୍ଠିତ

ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅଧ୍ଯକ୍ଷା ପାନମଣୀ ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ନବମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।କୁଜିଡିହି ସରପଞ୍ଚ ଖଗେଶ୍ବର ସିଂଙ୍କ ଅନୁରୋଧ କ୍ରମେ ମୟୂରଭଞ୍ଜ ଜିଲ୍ଲାର ସିନେ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପାଇଁ ନିରବ ପ୍ରାର୍ଥନା ପରେ ଆରମ୍ଭ ହୋଇଥିଲା ସଭାକାର୍ଯ୍ଯ। ଏହି ସଭାକୁ ଶୁଳିଆପଦା ବିଡିଓ ଅନୁପମା ଘୋଷ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ନଗେନ୍ଦ୍ର ନାଥ କିସ୍କୁ,ମିରାଲତା ସିଂ,ବ୍ଲକ୍ ଉପାଧ୍ୟକ୍ଷ ଜ୍ଯୋତିଲାଲ ବାରିକ୍,ସାଂସଦ ପ୍ରତିନିଧି ଭାଗବତ ମାର୍ଣ୍ଡି, ମୋରଡା ବିଧାୟକ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିନିଧି ମନୋଜ କୁମାର ଦାଁ, କୋଷ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା.ସିଦ୍ଧେଶ୍ବର ମାର୍ଣ୍ଡି, ସହକାରୀ ଯନ୍ତ୍ରୀ ନନ୍ଦ କିଶୋର ସୋରେନ୍, ଜିପିଓ ସୁଶାନ୍ତ କୁମାର ରାଉଳ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଲାଇନ୍ ଡିପାର୍ଟମେଣ୍ଟ କର୍ମଚାରୀ ଉପସ୍ଥିତ ଥିଲେ। ଜିପିଓଙ୍କ ଦ୍ବାରା ପୂର୍ବ ବୈଠକରେ ଆଗତ ହୋଇଥିବା ଅଭିଯୋଗ ପାଠ ପରେ ଆଜିର ବୈଠକ ଆରମ୍ଭ ହୋଇଥିଲା ଶୁଳିଆପଦାରେ ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ସେହିପରି ଶିକ୍ଷା ବିଭାଗର ଅନିୟମିତତା
ନେଇ ଝାଲିଆମରା ସରପଞ୍ଚ ଉଦବେଗ ପ୍ରକାଶ କରିଥିଲେ। ଶିକ୍ଷା ବିଭାଗରେ କାର୍ଯ୍ଯରତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମୟଠାରୁ ବିଳମ୍ବରେ ଆସି ସମୟର ଯଥେଷ୍ଟ ପୂର୍ବରୁ ଘରକୁ ଫେରୁଥିବା ଅଭିଯୋଗ ଆଣିଥିଲେ କୁଜିଡିହି ସରପଞ୍ଚ। ଝାଲିଆମରା ପଞ୍ଚାୟତରେ ଶିକ୍ଷା ବିଭାଗର ବ୍ଯାପକ ଅନିୟମିତତା ଥିବା ସରପଞ୍ଚ ଦର୍ଶାଇ ଥିଲେ। ସେହିପରି ସମ୍ମୁଖରେ ଖରା ଦିନ ଥିବାରୁ ବିଭିନ୍ନ ବିଦ୍ଯାଳୟ ଓ ଗାଁମାନଙ୍କରେ ପାନୀୟ ଜଳର ସମସ୍ୟା ଲାଗିରହିଛି। ମାତ୍ର ୨ ବର୍ଷ ପୂର୍ବରୁ ଏବାବଦରେ ସମିତି ସଭ୍ୟ ସେୟାର ଟଙ୍କା ଦିଆ ଯାଇଛି।ଏହା ପୂର୍ବରୁ ୫ଟି ବୈଠକରେ ଏବାବଦରେ ଆଲୋଚନା ହୋଇଥିଲେ ମଧ୍ୟ ବର୍ତ୍ତମାନ ଶୁଦ୍ଧା ବିଭିନ୍ନ ପଞ୍ଚାୟତରେ ଅଧପନ୍ତରିଆ ହୋଇ ପଡିରହିଥିବା ବେଳେ କେଉଠି ପ୍ରକଳ୍ପ ଅଚଳ ହୋଇ ପଡିରହିଥିଲେବି କିଛି ସୁଧାର ହେଉ ନଥିବାରୁ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବାରିକ୍ କାମ କର ନହେଲେ ଟଙ୍କା ଫେରାଅ ବୋଲି ଆରଡବ୍ଲ୍ଯୁଏସଏସ ଯନ୍ତ୍ରୀ ବିରେନ୍ଦ୍ର ମହାନ୍ତଙ୍କୁ ତାଗିଦ୍ କରିଥିଲେ। କିନ୍ତୁ ବୀରେନ୍ଦ୍ର ମହାନ୍ତ କୌଣସି ଉତ୍ତର ନଦେଇ ଚୁପ ରହିଥିଲେ ସେହିପରି ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ଙ୍କୁ ବିଡିଓ ବିଭାଗର କେଉଁ କେଉଁ ଯୋଜନାରେ ବିଗତ ବର୍ଷ ମାନଙ୍କରେ କଣ କାର୍ଯ୍ୟ ହୋଇଛି ଏବଂ ଆଗାମୀ ଯୋଜନା କଣ ଅଛି ପଚାରିବାରୁ କୌଣସି ଉତ୍ତର ଦେଇପାରି ନଥିବା ବେଳେ ବିଭାଗର ବିଭିନ୍ନ ପ୍ରସଙ୍ଗ ନେଇ ବିଭିନ୍ନ ପ୍ରଶ୍ନ ବାଣରେ ଘେରିଥିଲେ ନିର୍ବାଚିତ ପ୍ରତିନିଧି।ଶେଷରେ ତୁରନ୍ତ ରିପୋର୍ଟ ଦେବାକୁ କହିଥିଲେ ବିଡିଓ ଅନୁପମା ଘୋଷ

watch full video 👇👇👇

https://youtu.be/AhA_5k1pwdM

Leave a Reply

Your email address will not be published. Required fields are marked *

Related Posts