ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସବ୍ ପ୍ଲଟ୍ ରେଜିଷ୍ଟ୍ରେସନ୍ କରାଇବା ଦେବା ପାଇଁ ୨୦ହଜାର ଟଙ୍କା ଲାଂଚ ମାଗି ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଦେବଯାନୀ କର । ଭିଜିଲାନ୍ସ ଆଜି ତାଙ୍କଠୁ ୨୦ହଜାର ଲାଂଚ ଟଙ୍କା ଜବତ କରିବା ତାଙ୍କ କାର୍ଯ୍ୟାଳୟରୁ ୧୫ଲକ୍ଷ ୮ହଜାର ୫୫୦ଟଙ୍କା ମଧ୍ୟ ନିଜ କବଜାକୁ ନେଇଛି। ଭିଜିଲାନ୍ସ ଆଜି ତାଙ୍କୁ ଅଟକ ରଖିଥିବା ଓ ଆସନ୍ତାକାଲି ଗିରଫ କରିପାରେ ବୋଲି ଜଣାପଡ଼ିଛି । ଦେବଯାନୀ ହେଉଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କରଙ୍କ ଭଉଣୀ।

Leave a Reply

Your email address will not be published. Required fields are marked *

Related Posts