ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ। ଭଦ୍ରକ ସମେତ ସମସ୍ତ ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ନେଇ ଗୃହରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେହିଭଳି ମେଡିକାଲ ରିକ୍ରୁଟମେଣ୍ଟ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ୨ଟି ସଂଶୋଧନ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ରାଜ୍ୟରେ ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ଆମ ସଂକଳ୍ପ ପତ୍ରରେ ଥିଲା। ଲୋକଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ଜରୁରୀ। ଏହା ସହିତ ମେଡିକାଲ ଗୁଡ଼ିକରେ ଯେଉଁ ଡାକ୍ତରଙ୍କ ଅଭାବ ରହିଛି, ତାହାକୁ ମଧ୍ୟ ପୂରଣ କରିବା ଜରୁରୀ। ତେଣୁ ଖୁବଶୀଘ୍ର ୫ ହଜାର ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇବ। ଏଥିସହ ୩ ହଜାର ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇଁ ମଧ୍ୟ ବିଜ୍ଞାପନ ବାହାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Related Posts