ଭୟାବହ ଅଗ୍ନିକାଣ୍ଡରେ ଜଳି ପୋଡ଼ି ପାଉଁଶ ହୋଇଗଲା ଆଠ ବଖରା ଘର।
ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲ ଅନ୍ତର୍ଗତ ବାଲିମେଦ ଗ୍ରାମରେ ଭୟାବହ ଅଗ୍ନିକାଣୁ ଘଟି ୪ ପରିବାରର ୮ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଉକ୍ତ ଗାଁର ଭୋଳାନାଥ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଜ୍ୟୋତ୍ସ୍ନାରାଣୀ ସାହୁ ଓ କଳ୍ପତରୁ ସାହୁଙ୍କ ପରିବାରର ବିଳମ୍ବିତ ରାତିରେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ପାଖ ପଡ଼ୋଶୀ ବାହାରକୁ ଉଠିଥିବା ବେଳେ ନିଆଁ ଲାଗିଥିବା ଦେଖି ଡାକ ପକାଇଥିଲେ। ଡାକ ଶୁଣି ଜୀବନ ବିକଳରେ ବିପନ୍ନ ପରିବାର ବାହାରକୁ ପଳାଇଥିଲେ । ନିଆଁର ପ୍ରକୋପ ଏତେ ଥିଲା ଯେ,ଚାହୁଁ ଚାହୁଁ ସମଗ୍ର ବଖରାକୁ ବ୍ୟାପି ଯାଇଥିଲା | ଘଟଣାସ୍ଥଳରେ ଗାଁର ସମସ୍ତ ଲୋକ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ସଙ୍ଗେ ସଙ୍ଗେ ବାସୁଦେବପୁର ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କ୍ରୀଡା ଆଗରୁ ନିଆଁ ରେ ପୋଡ଼ି ସବୁକିଛି ଛାରକାର ହୋଇ ଯାଇଥିଲା। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ପିନ୍ଧିଥିବା ଲୁଗାକୁ ଛାଡି ଘରର ଅନ୍ୟ କୌଣସି ସାମଗ୍ରୀ ବାହାର କରିପାରିନଥିଲେ। ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ପାଇଁ ଦାବୀ ହୋଇଛି!
ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।
WATCH FULL VIDEO 👇👇