ଭଦ୍ରକ ରେ ମେଡିକାଲ୍ କଲେଜ ଘୋଷଣା ପରେ ବାସୁଦେବପୁର ବିଜେପି ପକ୍ଷରୁ ଆନନ୍ଦ ର ଲହରୀ ଦେଖିବାକୁ ମିଳିଛି। ଭଦ୍ରକବାସୀଙ୍କର ଦୀର୍ଘ ଦିନର ଆଶା ଆଜି ସଫଳ ହେବାକୁ ଯାଉଛି। ବିଗତ ସରକାରଙ୍କ ବାରମ୍ବାର ମିଛ ପ୍ରତିଶ୍ରୁତି ଭଦ୍ରକବାସୀଙ୍କ ମନରେ ଭରିଦେଇଥିଲା ହତାଶା। ଓଡ଼ିଶା ରେ ୨୦୨୪ ରେ ନୂତନ କରି ବିଜେପି ସରକାର ଆସିବା ପରେ ଭଦ୍ରକବାସୀଙ୍କର ସ୍ବପ୍ନ ସଫଳ ହେବାକୁ ଯାଉଛି। ନିର୍ବାଚନୀ ସଭାରେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି କୁ ରକ୍ଷା କରି ସୋମବାର ଦିନ ବିଧାନସଭାରେ ଭଦ୍ରକ ଜିଲ୍ଲାର ମେଡିକାଲ୍ କଲେଜ ହେବାକୁ ଘୋଷଣା କରାଯାଇଛି। ଯାହାଫଳରେ ଭଦ୍ରକବାସୀଙ୍କ ମନରେ ଭରିଦେଇଛି ଅସୀମ ଆନନ୍ଦ। ଯାହାଫଳରେ ସାରା ଓଡ଼ିଶାରେ ଓ ଭଦ୍ରକ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଭଦ୍ରକ ରେ ମେଡିକାଲ୍ କଲେଜ ନିର୍ମାଣ ହେଲେ ବହୁ ଆଶାୟୀ ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ବୋଲି ଆଶା ପୋଷଣ କରାଯାଉଛି। ଆଗକୁ ଦେଖିବାକୁ ବାକି ରହିଲା ସରକାର ଘୋଷଣା କରିଥିବା ମେଡିକାଲ୍ କଲେଜର ଭିତ୍ତିପ୍ରସ୍ତର ସ୍ଥାପନା କେବେ ଆରମ୍ଭ ହେଉଛି ।
ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।
FULL VIDEO 👇👇👇