ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସାନକୃଷ୍ଣପୁର ପଞ୍ଚାୟତ ଚାନ୍ଦିମାଳ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଦ୍ବିତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଅତିଥି ପରିଚୟ ପ୍ରଦାନ କରିଥିଲେ ବୃନ୍ଦାବନ ନାୟକ ଏବଂ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ରୋହିତ କୁମାର ନାୟକ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ପାରା ପୋଖରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶରତ କୁମାର ମହାନ୍ତି । ମୁଖ୍ୟ ଅତିଥି ଭାବରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ମୁଖ୍ୟ ବକ୍ତା ଭାବରେ ହରି ଶରଣ ପ୍ରାଥମିକ ବିଦ୍ୟାଳୟ , ଭଦ୍ରକର ଶିକ୍ଷକୟତ୍ରୀ ମନୋରମା ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବରେ ସାନକୃଷ୍ଣପୁର ପଞ୍ଚାୟତ ର ସରପଞ୍ଚ ସସ୍ମିତା ନାୟକ, ସିଆରସିସି ଶିବ ପ୍ରସାଦ ବାରିକ,ଓଡ଼ିଶା ଶିକ୍ଷା ବିକାଶ ପରିଷଦର ସଂଯୋଜକ ସୁଦର୍ଶନ ପ୍ରଧାନ , ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଚାନ୍ଦିମାଳର ସମ୍ପାଦକ ଚନ୍ଦ୍ରକାନ୍ତ ନାୟକ ଏବଂ ପ୍ରଧାନ ଆଚାର୍ଯ୍ୟ ରୁହିତ କୁମାର ନାୟକ ଙ୍କ ସହିତ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନେ ଯୋଗଦାନ କରିଥିଲେ। ମଞ୍ଚାସୀନ ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦ୍ଵୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଙ୍କୁ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଚାନ୍ଦିମାଳର ପକ୍ଷରୁ ମାନପତ୍ର ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ। ଏହି ତୃତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା କୁନିକୁନି ପିଲାମାନଙ୍କୁ ନୈତିକ ଶିକ୍ଷା , ଭଲ ମଣିଷ ହେବା ସହିତ ସମାଜର ମଙ୍ଗଳ ସାଧନ କରିବା ଉପରେ ଏବଂ ମୋବାଇଲ ଫୋନ ଠାରୁ ଦୂରରେ ରହିଲେ ଉତ୍ତମ ଶିକ୍ଷା ର ଅଧିକାରୀ ହୋଇପାରିବେ ବୋଲି ଉଦବୋଧନ ଦେଇଥିଲେ। ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ରେ ବିଭିନ୍ନ ବିଭାଗରେ ସଫଳତା ପାଇଥିବା ପିଲାମାନଙ୍କୁ ମଞ୍ଚାସୀନ ବରେଣ୍ୟ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ଳ। ଶେଷରେ ବିଦ୍ୟାଳୟ ର ସମ୍ପାଦକ ଚନ୍ଦ୍ର କାନ୍ତ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ବିଦ୍ୟାଳୟ ର କୁନିକୁନି ପିଲାମାନଙ୍କୁ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।
WATCH FULL VIDEO 👇👇👇