ଭାରତୀୟଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ ବିଦେଶ। ଏଠାରେ ବାରମ୍ବାର ଭାରତୀୟଙ୍କୁ କରାଯାଉଛି ଟାର୍ଗେଟ୍‌। ଏବେ ପୁଣି ଥରେ କାନାଡାରେ ଜଣେ ଭାରତୀୟ ଛାତ୍ରଙ୍କୁ ଅତିନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ସପ୍ତାହ ଭିତରେ ଏହା ହେଉଛି ଦ୍ୱିତୀୟ ଘଟଣା।

କାନାଡାର ଏଡମୋଣ୍ଟନରେ ଡିସେମ୍ବର ୬ ତାରିଖରେ ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଛାତ୍ର ଜଣକ ହେଲେ ହର୍ଷନଦୀପ। ସେ କାନାଡାରେ ପାଠ ପଢ଼ିବା ସହ ସୁରକ୍ଷା ଗାର୍ଡ ଭାବେ ପାର୍ଟଟାଇମ୍‌ ଜବ୍‌ କରୁଥିଲେ। ତାଙ୍କୁ ହତ୍ୟା କରିବା ବେଳର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *

Related Posts