ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ଏବଂ ପୂର୍ତ୍ତ ବିଭାଗ ଉପରେ ବର୍ଷିଲେ ଛତ୍ରପୁର ବିଧାୟକ l
ଛତ୍ରପୁର ପଞ୍ଚାୟତ ସମିତିର ୧୦ତମ ସ୍ଵତନ୍ତ୍ର ବୈଠକ l
ଛତ୍ରପୁର ପଞ୍ଚାୟତ ସମିତିର ଆଜି ୧୦ତମ ସ୍ଵତନ୍ତ୍ର ସମିତି ବୈଠକ କିରଣ କୁମାରୀ ଦାସ ଅଧକ୍ଷତାରେ ବ୍ଳକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ରୁପେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ସାଂସଦଙ୍କ ପ୍ରତିନିଧି ଯୋଗଦେଇ ମିଳିମିଶି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ l ତାହା ସହ ଉପାଧକ୍ଷ ଏସ.ସାରଦା ରେଡ୍ଡୀ, ବିଡ଼ିଓ ଅଚ୍ୟୁତାନନ୍ଦ ଜାନି ମଞ୍ଚାସିନ ଥିଲେ l ବ୍ଲକ୍ ଜିପିଡିଓ ବିଳାସିନୀ ସେନାପତି ସଭା ପରିଚାଳନା କରିଥିଲେ l ପ୍ରାରମ୍ଭରେ ବିଧାୟକ, ସାଂସଦଙ୍କ ପ୍ରତିନିଧି,ଅଧ୍ୟକ୍ଷା, ଉପାଧ୍ୟକ୍ଷl ,ବିଡିଓଙ୍କୁ ବ୍ଲକ୍ ତରଫରୁ ସମ୍ବର୍ଦ୍ଧନା ଦେବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ନିର୍ବାଚିତ ପ୍ରତିନଧିଙ୍କ ପଦ ମର୍ଯ୍ୟାଦା ଯେତେ ବଢିବ ସେତେ ଗଣତନ୍ତ୍ର ସୁଦୃଢ ହୋଇ ପାରିବ l ସମସ୍ତଙ୍କ ସହଯୋଗରେ ଛତ୍ରପୁର ବ୍ଲକ ଏକ ଆଦର୍ଶ ବ୍ଲକ ହେବ ବୋଲି ବିଧାୟକ କହିଥିଲେ l ଏହି ବୈଠକରେ ସରପଞ୍ଚ,ସମିତିସଭ୍ୟ ,ସଭ୍ୟା ଓ ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା ଙ୍କ ସମେତ ସମସ୍ତ ଲାଇନ୍ ଡିପାର୍ଟ୍ଟମେଣ୍ଟ ଉପସ୍ଥିତ ଥିଲେ l
ଗଞ୍ଜାମ ଛତ୍ରପୁର ରୁ ବାଦଲ କୁମାର ଦାଶ ଙ୍କ ରିପୋର୍ଟ୍ NEWS88 ODISHA
WATCH FULL VIDEO 👇👇👇