ଉତ୍କଳିକା – ଏ ଶୋ ଅଫ ମଡର୍ଣ ଆର୍ଟ ର ଉଦଯାପନ ସମାରୋହ
ନ୍ୟାଶନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ମୁମ୍ବାଇର ସ୍ଥାୟୀ ସଂଗ୍ରହର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ। ‘ଉତ୍କଳିକା-ଏ ଶୋ ଅଫ ମଡର୍ଣ୍ଣ ଆର୍ଟ’ର ଉଦଯାପନୀ ସମାରୋହ ଗତ ୨୮ ଫେବୃଆରୀ ୨୦୨୫ ରେ ଭୁବନେଶ୍ୱର ସ୍ଥିତ ଲଳିତ କଳା ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ନ୍ୟାଶନାଲ ଗ୍ୟାଲେରୀ ଅଫ ମଡର୍ଣ ଆର୍ଟ ଏବଂ ଲଳିତ କଳା ଏକାଡେମୀ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା ଯାହା ଭାରତରେ ମଡର୍ଣ ଓ କଂଟେମ୍ପରାରୀ ଆର୍ଟକୁ ପ୍ରୋତ୍ସାହିତ କରିବା ପ୍ରତି ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାକୁ ସୂଚିତ କରୁଛି ।
ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଏନଜିଏମଏର ମହାନିର୍ଦ୍ଦେଶକ ଡଃ ସଞ୍ଜୀବ କିଶୋର ଗୌତମ ଏବଂ ଭୁବନେଶ୍ବରର ଲଳିତ କଳା ଏକାଡେମୀର ଆଂଚଳିକ ସମ୍ପାଦକ ଶ୍ରୀ ରାମକ୍ରିଷ୍ଣା ବେଢାଲା ଉପସ୍ଥିତ ଥିଲେ ।
ଏନଜିଏମଏ, ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ଡଃ ସଞ୍ଜୀବ କିଶୋର ଗୌତମ ଭାରତୀୟ ମଡର୍ଣ ଓ କଂଟେମ୍ପରାରୀ ଆର୍ଟ ସମ୍ପର୍କରେ ବିଶ୍ଵବ୍ୟାପୀ ସଚେତନତା ସୃଷ୍ଟି କରିବା ପାଇଁ ଏହି ଅଭିନବ ପଦକ୍ଷେପର ନେତୃତ୍ବ ନେଇଥିଲେ । “ଉତ୍କଳିକା କେବଳ ଏକ ପ୍ରଦର୍ଶନୀ ନୁହେଁ ବରଂ ଏହା ଭାରତର ସମୃଦ୍ଧ କଳାତ୍ମକ ବିରାସତର ଏକ ଉତ୍ସବ । ଏହା ସୃଜନଶୀଳତାକୁ ଅନୁପ୍ରାଣିତ କରିବା, ଶିକ୍ଷାକୁ ତ୍ବରାନ୍ବିତ କରିବା ଏବଂ ଅତୀତ ଓ ବର୍ତମାନ ମଧ୍ୟରେ ଏକ ସଂଯୋଗ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖୁଛି ବୋଲି ଡଃ ଗୌତମ କହିଥିଲେ ।”
ଏହି ଅବସରରେ କୋର୍ଡିନେଟର ଶ୍ରୀ କ୍ଷିତିଶ ଚନ୍ଦ୍ର ଦାସ ଓଡିଶାରେ ଏନଜିଏମଏ ଶାଖାର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତ ସରକାରଙ୍କୁ ମନ୍ଦିରମାଳିନୀ ସହର ଭୁବନେଶ୍ଵରରେ ଏନଜିଏମଏର ଏକ ନୂତନ ଶାଖା ସ୍ଥାପନ କରିବା ପାଇଁ ଆବେଦନ କରିବା ସହ କହିଥିଲେ ଯେ, ଏଭଳି ଏକ ପଦକ୍ଷେପ ଓଡିଆ କଳାକାରମାନଙ୍କୁ ଏକ ସୁବର୍ଣ୍ଣ ମଞ୍ଚ ପ୍ରଦାନ କରିବ, ଯାହା ରାଜ୍ୟର ଆନ୍ତର୍ଜାତୀୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ।
ଉତ୍କଳିକା- ଏ ଶୋ’ ଅଫ ମଡର୍ଣ୍ଣ ଆର୍ଟକୁ ଗତ ଜାନୁଆରୀ ୬ ତାରିଖ ୨୦୨୫ରେ ୧୮ତମ ଭାରତୀୟ ପ୍ରବାସୀ ଦିବସ ସହ ମିଳିତ ଭାବେ ଉଦଘାଟନ କରାଯାଇଥିଲା ଯାହା ଭୁବନେଶ୍ଵରରେ ଗତ ୮ରୁ ୧୦ ଜାନୁଆରୀ ୨୦୨୫ ମଧ୍ୟରେ ଆୟୋଜିତ ହୋଇଥିଲା । ଏହି ପ୍ରଦର୍ଶନୀ ଲୋକଙ୍କ ପାଇଁ ଫେବୃଆରୀ ୨୮ ତାରିଖ ୨୦୨୫ ପର୍ଯ୍ୟନ୍ତ ଖୋଲା ରହିଥୁଲା, ଯାହା ଭାରତର ମଡର୍ଣ୍ଣ ଓ କଂଟେମ୍ପରାରୀ ଆର୍ଟର ବିବର୍ତନ ସମ୍ପର୍କରେ ଜାଣିବାକୁ ଆଗ୍ରହୀ ଥିବା କଳାପ୍ରେମୀ, ଛାତ୍ରଛାତ୍ରୀ ଓ ବିଦ୍ଵାନମାନଙ୍କୁ ଆକର୍ଷିତ କରିଥିଲା ।
ଏହି ପ୍ରଦର୍ଶନୀ ଏନଜିଏମଏର ମୁମ୍ବାଇ ଶାଖାର ମାଷ୍ଟରପିସଗୁଡିକର ଏକ ସ୍ୱତନ୍ତ୍ର କଲେକ୍ସନକୁ ପ୍ରଦର୍ଶିତ କରିଥିଲା ଯେଉଁଥିରେ ଭାରତର ଲୋକପ୍ରିୟ କଳାକାରମାନଙ୍କର କାର୍ଯ୍ୟ ସାମିଲ ଥିଲା । ଏହି ପ୍ରଦର୍ଶନୀ ପ୍ରୋଗ୍ରେସିଭ ଆର୍ଟିଷ୍ଟସ ଗ୍ରୁପର ସମୃଦ୍ଧ ବିରାସତ, କଂଟେମ୍ପରାରୀ ମାଷ୍ଟରଙ୍କ ଦୂରଦୃଷ୍ଟିସମ୍ପନ୍ନ ଅଭିବ୍ୟକ୍ତି ଏବଂ ୧୯ଶ ଶତାବ୍ଦୀର କଳାକାରଙ୍କ ପ୍ରମୁଖ କାରୁକାର୍ଯ୍ୟଗୁଡିକୁ ପ୍ରଦର୍ଶିତ କରିଥିଲା ।
ଭୁବନେଶ୍ୱର ରୁ ନୀଳକଣ୍ଠ ନାଥ News 88 ODISHA
watch full video 👇👇👇