ଇଲେକ୍ଟ୍ରିକ ସ୍କୁଟିରୁ ନିଆଁ ଲାଗି ଜଳିଗଲା ୪ଟି ଗାଡ଼ି। ସୁନ୍ଦରଗଡ଼ ଜିଲ୍ଲାରେ ଼ଏହି ଅଘଟଣ ଘଟିଛି। ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଛନ୍ତି।
ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ନିକଟରେ ରହୁଥିବା ଜଣେ ବ୍ୟକ୍ତି ରାତିରେ ନିଜ ଗ୍ୟାରେଜରେ ଇଲେକ୍ଟ୍ରିକ ସ୍କୁଟିକୁ ଚାର୍ଜ ବସାଇଥିଲେ। ହଠାତ୍ ଇଲେକ୍ଟ୍ରି ସ୍କୁଟିରେ ନିଆଁ ଲାଗିଯାଇଥିଲା। ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ଫଳରେ ଗ୍ୟାରେଜରେ ଥିବା ୩ଟି ସ୍କୁଟି ଓ ଗୋଟିଏ ବାଇକ୍ରେ ନିଆଁ ଲାଗିଯାଇଥିଲା।