ଆର. ଡି. ବିଭାଗର ଅତି ନିମ୍ନମାନର ପିଚୁ ରାସ୍ତା କାମ

# ନିମ୍ନମାନର ରାସ୍ତା କାମ କୁ ବିରୋଧ କରିବାରୁ ଗ୍ରାମବାସୀଙ୍କ ନାମରେ ଥାନାରେ ଏତଲା।
# ଆର.ଡି.ବିଭାଗୀୟ ଅଧିକାରୀ ଙ୍କୁ ଦୀର୍ଘ ସମୟଧରି ଅଟକ।
ଆଙ୍କର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସାନକୃଷ୍ଣପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ୧୪ ନମ୍ବର ୱାର୍ଡ ରେ ଆର.ଡି. ବିଭାଗ ପକ୍ଷରୁ ଚାଲିଛି ପିଚୁ ରାସ୍ତା କାମ। ସୂଚନା ଅନୁଯାୟୀ ଉକ୍ତ ରାସ୍ତା ତିଆରି କରିବା ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ରାସ୍ତା କାମ ସରିନଥିଲା। ଆର .ଡି. ବିଭାଗ ପକ୍ଷରୁ ଉକ୍ତ ରାସ୍ତା ତିଆରି କାମ ବର୍ତ୍ତମାନ ଚାଲିଅଛି। ଗ୍ରାମବାସୀ ଙ୍କ ଅଭିଯୋଗ କ୍ରମେ ଉକ୍ତ ରାସ୍ତା ତିଆରି କରୁଥିବା ଠିକାଦାର ମନଇଚ୍ଛା ବିନା ସୂଚନା ଫଳକ ରେ ଅତି ନିମ୍ନମାନର କରୁଛନ୍ତି କାମ। ନା କମ୍ପ୍ରେସର କରାଯାଉଛି! ନା ଠିକ୍ ଭାବରେ ପ୍ରାଇମର ଦିଆଯାଉଛି, ଯାହା ଫଳରେ ଉକ୍ତ ରାସ୍ତା କାମକୁ ୪/୫ ଦିନ ବିତିଯାଇଥିଲେ ମଧ୍ୟ ହାତ ମାରିବା କ୍ଷଣି ଫଡା ଫଡା ପିଚୁ ଉଠି ଯାଉଛି। ଏହା ଦେଖି ଗ୍ରାମବାସୀମାନେ ଆର.ଡି. ବିଭାଗ ର ଏସ.ଡି.ଓ. ଏବଂ ଯନ୍ତ୍ରୀ ଙ୍କୁ ଜଣାଇଥିଲେ ଫଳରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ସମୟରେ ଦୀର୍ଘ ସମୟଧରି ଗ୍ରାମବାସୀମାନେ ଅତି ନିମ୍ନମାନର ରାସ୍ତା ତିଆରି କୁ ନେଇ ଅଧିକାରୀମାନଙ୍କୁ ଅଟକାଇବା ସହିତ ରାସ୍ତା ଅବରୋଧ କରି
ବସିରହିଥିଲେ । ଗ୍ରାମବାସୀମାନଙ୍କୁ ଅପବ୍ୟବହାର କରିଥିବା ଏବଂ ସେମାନଙ୍କ ନାମ ରେ ଥାନାରେ ଲିଖିତ ଅଭିଯୋଗ କରିଥିବା ଠିକାଦାର ଙ୍କୁ ତାଗିଦ୍ କରିବା ସହିତ ଗ୍ରାମବାସୀ ମାନଙ୍କୁ ଠିକାଦାର ଭୁଲ ମାଗିବାକୁ ଆସିଥିବା ଅଧିକାରୀ ମାନେ କହିଥିଲେ। ଉକ୍ତ କାମକୁ ପୁନର୍ବାର କରିବା କୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବା ପରେ ଅଧିକାରୀ ମାନଙ୍କୁ ଗ୍ରାମବାସୀମାନେ ଯିବାକୁ
ଦେଇଥିଲେ । ଉକ୍ତ ବିଭାଗୀୟ ଅଧିକାରୀ ରାସ୍ତା କାମ ଚାଲୁଥିବା ସମୟରେ କେଉଁଠି କୁ ଯାଇଥିଲେ ବୋଲି ସାଧାରଣ ଲୋକ ପ୍ରଶ୍ନ କରିଥିଲେ । ଏହି ପରି ଅତି ନିମ୍ନମାନର ରାସ୍ତା ତିଆରି କରିବା ସହିତ ସରକାରଙ୍କ ଯୋଜନା କୁ ପାଣିରେ ପକାଇବା ସହିତ ସରକାରଙ୍କୁ ବଦନାମ କରିବା ଏବଂ ସମସ୍ତ ଅର୍ଥ କୁ ଯନ୍ତ୍ରୀ ଓ ଠିକାଦାର ଙ୍କ ମିଳି ଭଗତରେ ହରି ଲୁଟ୍ କରିବାକୁ ଯୋଜନା କରାଯାଉଛି।। ସରକାର ପରିବର୍ତ୍ତନ ପରେ ମଧ୍ୟ ପୂର୍ବ ନିତି କୁ ଭୁଲି ପାରୁ ନାହାଁନ୍ତି ବିଭାଗୀୟ କର୍ମଚାରୀ ଏବଂ ଠିକାଦାର। ଉକ୍ତ ନିମ୍ନମାନର କାମ କୁ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନେବେ କି ଦୃଢ଼ କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ବାକି ରହିଲା।

ଭଦ୍ରକ ବାସୁଦେବପୁର ରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ 88 ଓଡ଼ିଶା।

WATCH FULL VIDEO 👇👇👇

https://youtu.be/gcEo5HC3xrw

Leave a Reply

Your email address will not be published. Required fields are marked *

Related Posts